Header-News-Banner
IMG-20251022-WA0038
  • ସହିଦ ଲଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ ଦ୍ୱାରା କୁନ୍ଦୁରା ବିଡ଼ିଓ ଓ ବିଇଓ ଙ୍କୁ ଦାବୀପତ୍ର ( 7 ଦିନ ଭିତରେ ଦାବୀ ପୂରଣ ନହେଲେ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା )
    କୁନ୍ଦୁରା-22/10( ମନୋଜ କୁମାର ମହୁ )-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଠାରେ ରହିଥୁବା ସହିଦ ଲଷ୍ମଣ ନାୟକ ମୂଳଅଧିବାସୀ ସଙ୍ଘ ତରଫରୁ ଆଜି ମୁଖ୍ୟତଃ 2 ଟି ଦାବୀ ପୂରଣ ନିମନ୍ତେ କୁନ୍ଦୁରା ବିଡ଼ିଓ ଙ୍କୁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା କାର୍ଯ୍ୟକ୍ରମ କରାଯାଇଥିଲା l
    ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି ଯେ – କୁନ୍ଦୁରା ବ୍ଲକ ବଣୁଆଗୁଡା ପଞ୍ଚାୟତ ଦିଶାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଜଣେ ଶିକ୍ଷକ ଙ୍କୁ ଆକ୍ରସ ମୁଳକ ଭାବେ ଅନ୍ୟ ବ୍ଲକ କୁ ବଦଳୀ କରିଦିଆଯାଇଛି l କୁନ୍ଦୁରା ବ୍ଲକ ର ପ୍ରାୟ 135 ଟି ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ରହିଛି l କୁନ୍ଦୁରା ବ୍ଲକ ରେ ଶିକ୍ଷକ ଅଭାବ ରହିଥିବା ସତ୍ୱେ କିଛି ବାହାର ଜିଲ୍ଲାର ଶିକ୍ଷକ ରାଜନୈତିକ ଚାପ ଓ ଆର୍ଥିକ ଚାପ ଦ୍ୱାରା କୁନ୍ଦୁରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟମରେ ଦରମା ପାଉଥିବା ବେଳେ ଅନ୍ୟ ଜିଲ୍ଲାର ମନନୀତ ବ୍ଲକ ରେ ରହି ଶିକ୍ଷକତା କରୁଛନ୍ତି l ଯଦି ବାହାର ଜିଲ୍ଲାର ଶିକ୍ଷକ ମାନେ ନିଜ ବ୍ଲକ କୁ ବାଛି ଚାଲିଯାଉଛନ୍ତି ତ ଏମିତିକା ପରିସ୍ଥିତିରେ କୁନ୍ଦୁରା ବ୍ଲକର ଅଧିକାଂଶ ବିଦ୍ୟାଳୟ ରେ ଶତାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଭଲ ଶିକ୍ଷକ ଙ୍କୁ ବ୍ଲକ ବାହାରକୁ ବଦଳୀ କରାଯାଇଥିବା ଇର୍ଷା ମୁଳକ ବୋଲି ସଙ୍ଘ ର ସଭାପତି ମହେଶ୍ୱର ପେଣ୍ଟିଆ ଓ ସାଧାରଣ ସଂପାଦକ ତ୍ରିନାଥ ସମରଥ କହିଛନ୍ତି l ଏହି ବଦଳୀ ଆଗାମୀ 7 ଦିନ ଭିତରେ ବାତିଲ କରାଯାଉ ନଚେତ ସଙ୍ଘ ଆଇନ ଅମାନ୍ୟ କରି ଧାରଣା ଦେବାକୁ ବାଧ୍ୟ ହେବ ବୋଲି କହିଥିଲେ l ସେହିଭଳି ଦ୍ୱିତୀୟ ଦାବୀ – ଅନାସ୍ଥା ପ୍ରସ୍ତାବ ଦ୍ୱାରା ଯେଉଁ ବ୍ଲକ ଅଧ୍ୟକ୍ଷ୍ୟl ଙ୍କୁ ବାହାର କରାଗଲା ତା ବଦଳରେ ଆଉଜଣେ ଅନୁସୂଚିତ ଜନଜାତି ମହିଳାଙ୍କୁ ବ୍ଲକ ଅଧ୍ୟକ୍ଷା କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି l ଆଜିର ଏହି ଦାବିପତ୍ର କୁ ଖାମଖିଆଲି ଢଙ୍ଗ ରେ ଗ୍ରହଣ ନକରି ଏଥିପ୍ରତି ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ନଚେତ ସଙ୍ଘ ନିଜର ଏକତାର ବଳ ପ୍ରଦର୍ଶନ କରିବାକୁ ବାଧ୍ୟ୍ୟହେବ l ଏହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ସରକାର ଭଲଭାବେ ଜାଣିପାରିବେ l କୁନ୍ଦୁରା ବ୍ଲକ ର 16 ଟି ପଞ୍ଚାୟତ ରୁ ଜଣେ ମଧ୍ୟ ସରପୋଞ୍ଚ, ସମିତି କିମ୍ବା ଜିଲ୍ଲାପରିଷଦ ପ୍ରାଥୀ ବାହାରିବେ ନାହିଁ ବୋଲି ସିଧା ସଳଖ ଚେତାବନୀ ଦେଇଥିଲେ l
    ସାଗରଗୁଡା ନିକଟ ସହିଦ ଲଷ୍ମଣ ନାୟକ ପଡିଆ ଠାରୁ ସଙ୍ଘ ପଦଯାତ୍ରା ରେ ବାହାରି ନିଜର ଦାବୀ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ସାଗରଗୁଡା ଏବଂ କୁନ୍ଦୁରା ଗ୍ରାମ ରାଲୀ କରି ପ୍ରଥମେ କୁନ୍ଦୁରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବାପାଇଁ ପହଞ୍ଚି ଥିଲେ l ବିଇଓ ଅନୁପସ୍ଥିତ ଥିବା ଯୋଗୁଁ ଏବିଓ – ପାପେୟା ବେହେରା ସଙ୍ଘ ଦ୍ୱାରା ଦିଆଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ l ଏହା ପରେ ସଙ୍ଘ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡ଼ିଓ ଙ୍କୁ ଦାବିପତ୍ର ଦେବା ପାଇଁ ଖୋଜିଥିଲେ l କିନ୍ତୁ ବିଡ଼ିଓ ଅନୁପସ୍ଥିତ ରହିଥିବା ଯୋଗୁଁ ସଙ୍ଘ ର ଶତାଧିକ କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରିବା ସହ ବ୍ଲକ ରେ ଉପସ୍ଥିତ ଏଇଇ ଙ୍କୁ ଦାବିପତ୍ର ଦେଇ 7 ଦିନ ଭିତରେ ଏହି ଦାବିପତ୍ର ଅନୁସାରେ କାର୍ଯ୍ୟକାରୀ କରାଯାଉ ନଚେତ ରାଜ ରାସ୍ତା ବନ୍ଦ ହେବ ଏବଂ ବିଇଓ ଅଫିସ ଓ ବ୍ଲକ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *