Header-News-Banner

ବୋଡ଼େନରେ ସମ୍ବିଧାନ ଦିବସ ପାଳିତ

0
IMG-20251127-WA0079

କଳାହାଣ୍ଡି,ଧର୍ମଗଡ ଉପଖଣ୍ଡ ୨୭/୧୧: ରୁପେନ୍ଦ୍ର ସୁନାନୀ:କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ, ବୋଡ଼େନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଆମ୍ବେଦକର ଯୁବ ସଂଗଠନ ବୋଡ଼େନ ପକ୍ଷରୁ ପାଳିତ ହୋଇଥିବା ଏହି ସମ୍ବିଧାନ ଦିବସର ପ୍ରାରମ୍ଭରେ ଭଗବାନ ବୁଦ୍ଧ ଓ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ତ୍ରିଶରଣ ପଞ୍ଚଶୀଳ ଗାନ କରାଯାଇଥିଲା l ପାଳିତ ହୋଇଥିବା ଏହି ସମ୍ବିଧାନ ଦିବସରେ ଅଞ୍ଚଳର ଅନେକ ଯୁବକ,ଯୁବତୀ ଅଭିଭାବକ, ମହିଳା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପରିସରରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ନେଇ ଗୀତ,ରଚନା, କୁଇଜ ଏବଂ ବକୃତା ପ୍ରତିଯୋଗିତା ଆୟୋଜନ କରାଗଲା l ପାଳିତ ହୋଇଥିବା ଏହି ସମ୍ବିଧାନ ଦିବସରେ ମୁଖ୍ୟ ଅତିଥି ଭାବରେ ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ଶ୍ରୀ ଲକ୍ଷ୍ୟରାଜ ବେମାଲ ,ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶ୍ରୀ ମନୋଜ ବାଗ, ପାବନି ମହାନନ୍ଦ ଯୁବ ସଂଘର ସଭାନେତ୍ରୀ ଉଜ୍ଜୟିନୀ ଖମାରୀ ,ଶ୍ରୀ ସୋଲମାନ ନିଆଲ, ଶ୍ରୀ ବାବୁଲି ଦୁର୍ଗା, ଶ୍ରୀ ଚାନ୍ଦ ଦୁର୍ଗା, ଅଭି ଦୁର୍ଗା, ଭାସ୍କର ବେମାଲ, ରୀତିକ ମହାନନ୍ଦ, କାର୍ତିକ ନିଆଲ ଚି଼ଙ୍କୁ ନିଆଲ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବଶ୍ରୀ ଜାଳ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୀ ରଜନୀ କାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ୱିଧାନର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେଲା ପରେ ଶେଷରେ ମନୋଜ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *