ହରିଶଙ୍କର ଲିଚୁ ବଗିଚା ଠାରେ ଭାଜପା ର ବ୍ଲକ ସ୍ତରୀୟ ବିଶାଳ କର୍ମକର୍ତ୍ତା ସମାବେଶ,୫୦ ଜଣ ଅନ୍ୟ ଦଳର କର୍ମୀ ସାମିଲ
ପାଟଣାଗଡ- ୨/୩ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ଲିଚୁ ବଗିଚା ଠାରେ ଭାଜପା ର ବ୍ଲକ ସ୍ତରୀୟ ବିଶାଳ କର୍ମକର୍ତ୍ତା ସମାବେଶ ସୋମବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଉମାକାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ରେ ମୁଖ୍ୟ ଅତିଥି ରୁପେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଶକ୍ତି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ, ଜିଲା ସାଧାରଣ ସମ୍ପାଦକ କୁନୁ ମୁଣ୍ଡା, ଉପ ସଭାପତି ଦେବକାନ୍ତ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ପ୍ରବୋଧାନନ୍ଦ ପାଣିଗ୍ରାହୀ, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ, ମହିଳା ସଭାନେତ୍ରୀ ଜ୍ୟୋସ୍ନା ମୟୀ ସାହୁ ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ର ସରକାର ଓ ରାଜ୍ଯ ସରକାର ଙ୍କ ଲୋକାଭି ମୁଖି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦେବାକୁ ଆହ୍ଵାନ ଦେଇଥିଲେ। ସେହି ପରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ସଂଗଠିତ ହେବାକୁ କହିଥିଲେ। ସେହି ପରି ଖପ୍ରାଖୋଲ ବ୍ଳକ ଅଞ୍ଚଳ ପାଇଁ ଆରମ୍ଭ ହେଇଥିବା ମୁଖ୍ୟ ପ୍ରକଳ୍ପ ଉପରେ ସୂଚନା ଦେଇଥିଲେ। ପରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।ପଡ଼ିଆବାହାଲ୍ ସରପଞ୍ଚ ଦେବରାଜ ପଧାନ ସମେତ ପଚାଶ ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀଙ୍କୁ ଦଳୀୟ ଟୋପି, ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ପ୍ରଶାନ୍ତ କୁମାର ମେହେର, ମୁନା ଦରୁଆନ, ଉପେନ୍ଦ୍ର ଭୋଇ, ପ୍ରବୀଣ ଅଗ୍ରୱାଲ, ଶଶି ପୁଝାରୀ, ଦଶରଥ ପାଣଗ୍ରାହୀ, ସତ୍ୟାନନ୍ଦ୍ ସେନ୍ଦ୍ରୀଆ, ଦେବାଶିଷ ସାହୁ, ରବି ସାହୁ, ଦମୟନ୍ତୀ ବରିହା ସମେତ ଶତାଧିକ ମହିଳା, ପୁରୁଷ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମ କୁ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଲାଠୋର ମଣ୍ଡଳ ସଭାପତି ବିକାଶ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।