Header-News-Banner

ଚଟିଆଗୁଡାରୁ ଦୁଇ ନାବାଳିକା ନିଖୋଜ, ଅଞ୍ଚଳରେ ଚିନ୍ତାର ଛାୟା

0
IMG-20260303-WA0151

ସିନାପାଲି: ୦୩/୦୩ (କଳିଙ୍ଗ 24News ) ମଳୟ ମେହେର: ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମରୁ ଆସିଛି ଏକ ଅଭାବନୀୟ ଓ ଚିନ୍ତାଜନକ ଖବର । ଆଜି ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଗ୍ରାମର ଛଅ–ସାତ ବର୍ଷ ବୟସର ଦୁଇଜଣ ନାବାଳିକା ହଠାତ୍ ନିଖୋଜ ହୋଇଯାଇଥିବା ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି । ନିଖୋଜ ହୋଇଥିବା ଦୁଇଜଣ ଝିଅ ହେଲେ କ୍ଷିରସିନ୍ଧୁ ବାଗଙ୍କ ଝିଅ ଡୋଲେଶ୍ୱରୀ ବାଗ ଓ ଉମେଶ ବାଗଙ୍କ ଝିଅ ରଜନୀ ବାଗ । ସେମାନେ ହଠାତ୍ ଅଦୃଶ୍ୟ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପରେ ପରିବାରଲୋକ ଓ ଗ୍ରାମବାସୀମାନେ ତତ୍କ୍ଷଣାତ୍ ଚାରିପାଖରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଥିଲେ। ଗ୍ରାମ ସୀମା, ନିକଟସ୍ଥ ଖେତ, ନାଳା ଓ ପଡ଼ୋଶୀ ଗ୍ରାମଗୁଡ଼ିକୁ ମଧ୍ୟ ସତର୍କତାର ସହ ଖୋଜାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇ କୁମାରୀଙ୍କ କିଛି ସନ୍ଦେଶ ମିଳିନାହିଁ । ଏହି ଘଟଣାକୁ ନେଇ ଅଭିଭାବକମାନେ ଗଭୀର ଚିନ୍ତାରେ ଅଛନ୍ତି । ପରିବାର ପକ୍ଷରୁ ସିନାପାଲି ପୋଲିସ ଥାନା କୁ ଲିଖିତ ଭାବେ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସହ ଚାରିପାଖ ଅଞ୍ଚଳରେ ସନ୍ଧାନ ଜୋରଦାର କରାଯାଇଛି ।ଗ୍ରାମରେ ଏହି ଘଟଣାକୁ ନେଇ ଭୟ ଓ ଅଶାନ୍ତିର ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତେ ଦୁଇ କୁମାରୀଙ୍କ ସୁସ୍ଥ ଓ ସୁରକ୍ଷିତ ଫେରାର ପ୍ରତୀକ୍ଷା କରୁଛନ୍ତି । ଯଦି କାହାରି ପାଖରେ ଏହି ଦୁଇ ଝିଅଙ୍କ ସମ୍ବନ୍ଧରେ କିଛି ସୂଚନା ଥାଏ, ତେବେ ନିକଟସ୍ଥ ପୋଲିସ ଥାନାକୁ ତତ୍କ୍ଷଣାତ୍ ଜଣାଇବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *