Header-News-Banner

ଜିଲ୍ଲାପାଳ ଓ ଏସ୍ପି ଙ୍କ ଉପସ୍ଥିତି ରେ ଖୋଲିଲା ବିଦ୍ୟାଳୟ ର

0
IMG-20260309-WA0101

ଗଣିଆ ୦୯/୦୩-( ସରୋଜ କୁମାର ଦାଶ) ଦୀର୍ଘ ଏକମାସ ପରେ ଗଣିଆ ବ୍ଲକର ବେଲପଡା ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟର ତାଲା ଖୋଲିଲା ।
ଫେବୃଆରୀ ମାସ ୨ ତାରିଖ ରେ ଛାତ୍ର ଭୋଳାନାଥ ମଳିକ ଅପରାହ୍ନରେ ଶୈ।ଚ ହେବାକୁ କହି ବିଦ୍ୟାଳୟ ରୁ ବାହାରକୁ ଯାଇଥିଲା । ମାତ୍ର ତା ପରଦିନ ସକାଳେ ବିଦ୍ୟାଳୟ ଠାରୁ ଅନତି ଦୂରରେ ଗୋଟିଏ ନିର୍ମାଣାଧୀନ କୁଅ ଖାତରୁ ତାର ଶବ ମିଳିଥିଲା । ଫଳରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତଦନ୍ତ ଦାବିରେ ମଳିକ ସାହି ଲୋକମାନେ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଦେଇଥିଲେ । ଦୀର୍ଘ ଏକମାସ ଧରି ପିଲାମାନଙ୍କର ପାଠପଢାରେ ଅସୁବିଧା ଘଟିଥିଲା । ମାର୍ଚ୍ଚ ୬ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଆରମ୍ଭ ହେବାରୁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କରାଯାଉଥିଲା। ତଥାପି ମଳିକ ସାହି ବାସିନ୍ଦା ଉଚ୍ଚ ବିଦ୍ୟାଳୟରେ ଗଣ୍ଡଗୋଳ କରିବାରୁ ବାଧ୍ୟ ହୋଇ ବେଲପଡା ଗ୍ରାମବାସୀମାନେ ନୟାଗଡ଼ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ । ସୋମବାର ଦିନ ଜିଲ୍ଲାପାଳ,ଏସ୍ ପି, ଙ୍କ ଉପସ୍ଥିତି ରେ ଗେଟ୍ ଖୋଲିବା ପରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟ ଖୋଲାଯିବା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *