ପୋଖରୀରେ ବୁଡି ଦୁଇ ଭଉଣୀ ମୃତ!
କଳିଙ୍ଗ ଫୋକସ ତା ୧୦/୦୩/26 ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ଗତକାଲି ମାନସି ହରିଜନ (୮)ଓ ମେଳକା ହରିଜନ (୮) ର ମୃତ୍ୟୁ ହୋଇଯାଇଛି।ସେମାନେ ନିଜ ମାମୁ ଘରେ ରହି ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ପରୀକ୍ଷା ଦେଇ ଘରକୁ ଫେରିବା ପରେ ପୋଖରୀରେ ପାଣି ଗାଧାଇବାକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ। ତାଙ୍କ ମାମୁ ସମେତ ସମ୍ପର୍କୀୟ ମାନେ ଖୋଜି ବାକୁ ଆରମ୍ବ କରିଥିଲେ, ଶେଷରେ ଗ୍ରାମ୍ୟ ପୋଖରୀରେ ବୁଡି ଯାଇଥିବା ଶବ ଦେଖି ଥିଲେ। ତୁରନ୍ତ କୋଡେଗାଁ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଆସିବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶବ ବ୍ୟବଚ୍ଛେଦ କଲା ପରେ ଆଜି ପରିବାର ଙ୍କୁ ଶବ ସମର୍ପଣ କରାଯାଇଛି। ଅପରପକ୍ଷେ ଡ଼ଙ୍ଗରା ରାଜସ୍ୱ ନିରୀକ୍ଷକ କାଳ ବିଳମ୍ବ ନ କରି ତୁରନ୍ତ ଗ୍ରାମରେ ପହଂଚି ଅନୁସନ୍ଧାନ କରି ପାପଡ଼ାହାଣ୍ଡି ତହସିଲଦାରଙ୍କୁ ଅବଗତ କରିଛନ୍ତି। ଗ୍ରାମରେ ଓ ଅଞ୍ଚଳରେ ଦୁହିଁଙ୍କ ମୃତ ବିଷୟ ନେଇ ଦୁଃଖ ର ଲହରୀ ଖେଳି ଯାଇଛି। ଆଜି କାନ୍ଦ ବୋବାଳିରେ ଦୁଇ ଝିଅଙ୍କ ଶବ ନିଜ ଗ୍ରାମରେ ରୀତି ନୀତି ଅନୁଯାୟୀ ଶବ ସତ୍କାର କରାଯାଇଥିଲା ।
ନବରଙ୍ଗପୁର ଠାରୁ ଆଲ ଓଡିଶା ବ୍ୟୁର ଚିପି ସଂଜୀବ ଖୁରାଙ୍କ ରିପୋର୍ଟ କଳିଙ୍ଗ ଫୋକସ