Header-News-Banner

ଦ୍ରୁତ ଗତିରେ ପିକଅପ ଦୁର୍ଘଟଣା, ଶନିମନ୍ଦିରକୁ ଧକ୍କା — ଗ୍ରାମବାସୀଙ୍କ ଦ୍ୱାରା ଗାଡି ଅଟକ

0
IMG-20260310-WA0116

ବରଗଡ :୧୦/୦୩(ଯୋଗେନ୍ଦ୍ର ସାହୁ ) -ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରୁ ସୋହେଲାକୁ ଯାଉଥିବା ଏକ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗାଡି ନମ୍ବର OD17Y1077 ବୋଲି ଜଣାପଡ଼ିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପିକଅପ ଗାଡିଟିରେ ଛେଳି ବୋଝାଇ ଦ୍ରୁତ ଗତିରେ ବିଜେପୁର ପଟରୁ ସୋହେଲା ଅଭିମୁଖେ ଯାଉଥିବା ବେଳେ ତାମ୍ବିମୁଣ୍ଡା ଛକର ଶନିମନ୍ଦିରକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ମନ୍ଦିରର କିଛି ଅଂଶ ଭାଙ୍ଗିଯାଇଥିବା ସୂଚନା ମିଳିଛି।ଘଟଣା ପରେ ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଗ୍ରାମବାସୀମାନେ ଗାଡିଟିକୁ ଅଟକ ରଖିଥିବା ଜଣାପଡ଼ିଛି।ଚାଳକଙ୍କ ଅସାବଧାନ ଓ ଦ୍ରୁତ ଗତିରେ ଗାଡି ଚାଳନା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *