ପ୍ରଥମ ଦକ୍ଷିଣ ଏସିୟ ଅନ୍ତର୍ଜାତୀୟ ଗୋଲ ଶଟ ବଲ ଚମ୍ପିୟାନ ସିପ ପାଇଁ ଓଡିଶା ରୁ 10ଜଣ ଖେଳାଳି ମନୋନୀତ
ବରପାଲି ତା:09.03.26 (ପ୍ରଭାକର ଶିକା ) ବରଗଡ଼ ଆମ ଓଡିଶା ରାଜ୍ୟ ର 10 ଜଣ ଉଭୟ ବାଳକ ଓ ବାଳିକା ଖେଳାଳୀ ଗୋଲ ଶଟ ବଳ ଖେଳିବା ପାଈଁ ଭାରତୀୟ ଆନ୍ତର୍ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ଆସନ୍ତା ଏପ୍ରିଲ ମାସ 24 ତାରିଖରୁ ଏପ୍ରିଲ 28 ତାରିଖ ପ୍ରୟନ୍ତ ଶ୍ରୀଲଙ୍କା ର କଲମ୍ବୋ ଷ୍ଟାଡିଅମ ରେ ହେବାକୁ ଥିବା ପ୍ରଥମ ଦକ୍ଷିଣ ଏସିୟା ଗୋଲ ଶଟ ବଳ ଆନ୍ତର୍ଜାତୀୟ ଚାମ୍ପିୟନସିପ ଖେଳିବା ପାଇଁ ଭାରତ ଦଳ ପାଇଁ ମନୋନୀତ ହୋଇଛନ୍ତି ଏଣୁ ଓଡିଶା ଗୋଲ ଶଟ ବଳ ଆଶ୍ସୋସିଏସନ ର ସଭାପତି ପୂର୍ବତନ ବରଗଡ଼ ସାଂସଦ ଡଃ ପ୍ରଭାସ କୁମାର ସିଂ ସମ୍ପାଦକ ପ୍ରଭାକର ଶିକା ଆଶ୍ସୋସିଏସନ ର ସମସ୍ତ କାର୍ଯ୍ୟକର୍ତା ସଦସ୍ୟ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ଭାରତୀୟ ଦଳରେ ଆମ ଓଡିଶାର ସ୍ଥାନ ପାଇଥିବା ଖେଳାଳୀ ମାନେ ହେଲେ 1-ଅକଲେଶ ବେହେରା ଗ୍ରାମ -ଗୁଂଧାନୀ, ବ୍ଲକ ରାଇକିଆ, ଜିଲ୍ଲା କନ୍ଧମାଳ
2-ରାଜ ମେହେର-ଗ୍ରାମ କୁଡାସିଂହା, କଂସର, ପଦ୍ମପୁର, ଜିଲ୍ଲା ବରଗଡ଼
3-ସୌରଭ ପଧାନ ଗ୍ରାମ -ଲେଣ୍ଡା ବରପାଲି, ବରଗଡ
4-ପ୍ରିନସିରାନି ଗଡତିଆ, ଗ୍ରାମ ଭଟୀଗାଁ, ବରପାଲି, ବରଗଡ
5-ପରୀ ମେହେର, କୁଡାସିଂହା, କଂସର, ପଦ୍ମପୁର, ବରଗଡ
6-ଆଦିତି ଡେନ ମୋଦୀପଡା ସମ୍ବଲପୁର
7 -ନେହା ତରିଆ ଗ୍ରାମ -ବାଝାପଦର, ବରପାଲି, ବରଗଡ
8-କୀରତ କୌର, ଗଙ୍ଗାଧର ନଗର, ବରଗଡ
9-ଆୟୁଷ ସା ଗ୍ରାମ – ତିଳଗି ପୀଥିଣ୍ଡା, ବ୍ଲକ – ଲଖନପୁର, ଜିଲ୍ଲା – ଝାରସୁଗୁଡା
10-ତ୍ରିଷ୍ଣା ସାହୁ ଗ୍ରାମ -ଜାରିଙ୍ଗ, ବ୍ଲକ ବିଜେପୁର, ବରଗଡ ଏହି ସମସ୍ତ ଖେଳାଳୀ ମାନଙ୍କୁ ସାରା ଓଡ଼ିଶାରେ ବିଭିନ୍ନ ମହଲରେ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ଗ୍ରାମ ସହର ସାଙ୍ଗ ସାଥି, ନେତା, ସରପଞ୍ଚ, ବିଧାୟକ ସମସ୍ତଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆମ କଳିଙ୍ଗ 24 ଖବର ସମସ୍ତ ଖେଳାଳୀମା ନକୁ ଶୁଭେଚ୍ଛା ବିଜୟୀ କାମନା କରୁଛି