Header-News-Banner

ମଇତାପୁର ଡାକ୍ତର ଖାନାକୁ ସରକାରୀ ମାନ୍ୟତା ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଠାରେ ଦାବି ଉପସ୍ଥାପନା କଲେ ସାମ୍ବାଦିକ.

0
WhatsApp Image 2026-03-11 at 2.10.06 PM

ସିମୁଳିଆ ୧୦/୩(ଇମିସ ), ମଇତାପୁର ଠାରେ ଦୀର୍ଘ କୋଡିଏ ବର୍ଷ ଧରିବଦାନ୍ୟ ବ୍ୟକ୍ତି ଙ୍କ ପ୍ରଚେଷ୍ଟା ରେ ଡାକ୍ତର ଖାନାପ୍ରତିଷ୍ଠା ହୋଇ ହଜାର ହଜାର ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଏହାକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ସିମୁଳିଆ ର କାର୍ଯ୍ୟରତ ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବି ଉପସ୍ଥାପନା କରିବା ପରେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ ସହିତ କଥା ହୋଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି। ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଭୂୟାଁ, ସାମ୍ବାଦିକ ଅକ୍ଷୟ ଜେନା , ସାମ୍ବାଦିକ ବନମାଳୀ ମହାକୁଡ଼ ଓ ସାମନ୍ତ ଜଗମୋହନ ସ ,ସାମ୍ବାଦିକ ସମୀର କୁମାର ସାହୁ,ସାମ୍ବାଦିକ କମଳ ଶ୍ରୀ ମହାନ୍ତି,ପ୍ରମୁଖ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଙ୍କୁ ଭେଟି ମଇତା ପୁର ଡାକ୍ତରଖାନା ଉପରେ ମଇତା ପୁର, ବଙ୍ଗାଳ ପୁର,ମୁରୁଣା, ଅବଜୁନା ଓ ଜଗଦଳପୁର ପଂଚାୟତ ର ହଜାର ହଜାର ଲୋକ ନିର୍ଭର କରୁଛନ୍ତି. ବର୍ତ୍ତମାନ କମିଟି ଦ୍ୱାରା ପରିଚାଳିତ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାର ହାତକୁ ନେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ମଇତାପୁର ରେ ଥିବା ବେସରକାରୀ ଡାକ୍ତର ଖାନା କୁ ସରକାରୀ କରିବା ନିମନ୍ତେ ମାର୍କୋଣା ଡାକ ବଙ୍ଗଳା ରେ ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ ଡାକ୍ତର ଖାନା ର ସମ୍ପୂର୍ଣ ଦସ୍ତାବିଜ ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଜନସାଧାରଣ ଙ୍କ ହିତ ପାଇଁ ମଇତା ପୂର ରେ ସରକାରୀ ଡାକ୍ତରଖାନା କରାଯିବା ନିମନ୍ତେ ସମସ୍ତ ପ୍ରକାର ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଓ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ଫଳରେ ମଇତା ପୁର ର ଖୁବ ଶୀଘ୍ର ଭାଗ୍ୟ ଉଦୟ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *