Header-News-Banner

ଜଳେଶ୍ବର ରେ ରୋଗୀ ସେବା ବିପର୍ଯ୍ୟସ୍ତସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଶାସକ ଦଳର ପ୍ରତିନିଧି

0
WhatsApp Image 2026-03-12 at 7.59.47 PM


ଜଳେଶ୍ୱର,୧୨/୩(ବରୁଣ ହୁଇ )ଜଳେଶ୍ବର ଗୋପୀ କିଷନ ଭଟ୍ଟର ହସ୍ପିଟାଲରେ ଆବଶ୍ୟକ ଡାକ୍ତର,ସେବୀକା ଓ କର୍ମଚାରୀ ଅଭାବ ରୁ ଦୀର୍ଘଦିନ ଧରି ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ସ୍ୱାସ୍ଥ୍ୟ ସେବା ଲାଗି ରୋଗୀ ମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।ଅଧିକ କାର୍ଯ୍ୟଭାର ଯୋଗୁଁ ଡାକ୍ତରମାନେ ରୋଗୀ ସମ୍ପର୍କୀୟ ଙ୍କ ରୋଶର ଶୀକାର ହେବା ମଧ୍ୟ ଦେଖାଯାଉଛି।୬୦ ଜାତୀୟ ରାଜପଥ, ୫୭ ନଂ ରାଜ୍ୟ ପଥ ଓ ଅଞ୍ଚଳ ଦୁର୍ଘଟଣା ପ୍ରବଣ ହୋଇଥିଲେ ମଧ୍ୟ ଆପଦ କାଳୀନ ଚିକିତ୍ସା ନହୋଇ ପ୍ରାୟତଃ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ପଦ ପୂରଣ ଲାଗି ଡାକ୍ତର ମାନେ ମଧ୍ୟ ହସ୍ପିଟାଲ ସମ୍ମୁଖରେ ପ୍ରତିକାତ୍ମକ ଧାରଣାରେ ବସିଥିଲେ। କିନ୍ତୁ ସରକାର ଓ ପ୍ରଶାସନ ରୋଗୀ ସେବା ସମ୍ପର୍କରେ ସମ୍ବେଦନଶୀଳ ବୋଲି ଜଣା ପଡୁନାହିଁ।ଏ ପ୍ରସଙ୍ଗ ରେ ଜାଗ୍ରତ ଜଳେଶ୍ୱର ର ଚେୟାରମେନ କମଳଲୋଚନ ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ,ସତ୍ୟ ଶୋଭନ ମିଶ୍ର, ସଂଗ୍ରାମ କେଶରୀ ପରିଡ଼ା, ପ୍ରବଣ କୁମାର ପଣ୍ଡା,ସମର କରଣ, ରବୀନ୍ଦ୍ର କୁମାର ପାତ୍ର, ପ୍ରମୁଖ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଦାବିପତ୍ର ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।ସମସ୍ତ ଘଟଣା ଶୁଣିବା ପରେ ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ହସ୍ପିଟାଲର ସାମଗ୍ରିକ ବିକାଶ ଲାଗି ଡ଼ି ପି ଆର ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିବା କୁହାଯାଇଛି।ବିଜେପି କାର୍ଯ୍ୟକର୍ତ୍ତା ମାନେ ସଂଗଠନ ବ୍ୟାନର ରେ ଶାସକ ଦଳକୁ ଦାବିପତ୍ର ଦେବା ସମ୍ପର୍କରେ ଜଳେଶ୍ବର ରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *