ନିବେଦିତା ଆଇଟିଆଇ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭଟଲି,୨୦/୮: ବର୍ତ୍ତମାନ ସମୟରେ ବିଶ୍ୱ ତାପମାତ୍ରାକୁ ନିୟନ୍ତ୍ରଣ କରିବାର ଏକମାତ୍ର ପନ୍ଥା ବୃକ୍ଷରୋପଣର ଆବଶ୍ୟକତାକୁ ହୃଦୟଙ୍ଗମ କରି ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ନିବେଦିତା ଆଇଟିଆଇ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ତଥା ସମାଜସେବିକା ବନ୍ଦିତା ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିବେଦିତା ମହିଳା କଲ୍ୟାଣ କେନ୍ଦ୍ରର ସମ୍ପାଦକ ସଞ୍ଜୟ ପ୍ରଧାନ,ଜିତେନ୍ଦ୍ରୀୟ ବାରିକ, ସତ୍ୟବାନ ଦେହେରୀ,ଯଶୋବନ୍ତ ଛନ୍ଦ ଏବଂ ନିବେଦିତା ଆଇଟିଆଇ ର ଅଧ୍ୟାପକ ତଥା ଛାତ୍ରମାନେ ଅଂଶଗ୍ରହଣ କରି ନିବେଦିତା ଆଇଟିଆଇ କଲେଜରୁ ପିପଲମୁଣ୍ଡା ସ୍ଥିତ ଭଟଲି ଥାନା ପର୍ଯ୍ୟନ୍ତ ରାସ୍ତା କଡ ଦୁଇ ପାଶ୍ୱର୍ରେ ଭିନ୍ନ୍ନ ଭିନ୍ନ୍ନ କିସମର ବୃକ୍ଷରୋପଣ କରିଥିଲେ ।