ବାଇକ ଓ ସ୍କୁଟି ଧକ୍କାରେ, ସ୍ୱମୀ ସ୍ତ୍ରୀ ଗୁରୁତର
ସିମୁଳିଆ,ଶଶୁର ଘରୁ ଫେରିବା ବାଟରେ ସ୍କୁଟି ସହ ଧକ୍କା, ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି l ମିଳିଥିବା ଖବର ଅନୁଯାୟୀ ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳର ଶ୍ରୀକାନ୍ତ ଖିଲାର ସ୍ତ୍ରୀ ସସ୍ମିତା ଖିଲାର ଓ ତିନି ବର୍ଷର ପୁଅକୁ ଧରି ବାଇକ ଯୋଗେ ଶଶୁର ଘର ଖନ୍ତାପଡ଼ାରୁ ଜାତୀୟ ରାଜପଥରେ ଫେରୁଥିବା ସମୟରେ ଜାମୁଝାଡ଼ି ଝାଟିଆମାଳ ଛକ ନିକଟରେ ଏକ ଅଜଣା ସ୍କୁଟି ସହ ଧକ୍କା ହୋଇଥିଲା l ଫଳରେ ଉଭୟ ରାସ୍ତାକୁ ଛିଟିକି ପଡ଼ିଥିଲେ l ଗୁରୁତର ଆହତ ଅବସ୍ଥାରେ ଜଣେ ଅଟୋ ଚାଳକ ସେମାନଙ୍କୁ ସେଠାରୁ ଉଦ୍ଧାର କରି ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l