ରାସ୍ତା ମଝିରେ ମୁହିଁ ମାଡ଼ି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍ l
ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥ ର ଚାନ୍ଦବାଲି କାଳୀ ମନ୍ଦିର ନିକଟରେ ରାସ୍ତା ମଝିରେ ଏକ ଟ୍ରକ୍ ମୁହଁ ମାଡ଼ି ପଡ଼ିଛି l ତେବେ ଚାନ୍ଦବାଲି ଡିପୁରୁ OR 14 L 7449 ନମ୍ବର ବିଶିଷ୍ଟ ଏକ ଟ୍ରକ୍ ୩ଶହ ବସ୍ତା ଚାଉଳ ଲୋଡ୍ କରି ଜଳେଶ୍ଵର ପୁର ଅଭିମୂଖେ ବାହାରିଥିଲା l ଡିପୁରୁ ମାତ୍ର ୧ କିଲୋ ମିଟର ଦୂରରେ ହଠାତ୍ ଟ୍ରକ୍ ର ପଛ ବାମପଟ ଏକ୍ସିଲ୍ ଭାଙ୍ଗି ଯିବାରୁ ଚକା ଦୁଇଟି ଟ୍ରକ୍ ଠାରୁ ଅଲଗା ହୋଇଯିବା କାରଣରୁ ଟ୍ରକ୍ଟି ମୁଁହମାଡ଼ି ମଝି ରାସ୍ତାରେ ପଡ଼ି ରହିଛି l ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ଏଡ଼ାଇ ଦିଆ ଯାଇଛି l କାହାରି କୌଣସି ବିଶେଷ କ୍ଷତି ଘଟି ନାହିଁ l ତେବେ ଯେକୌଣସି ଗାଡ଼ିର ସମ୍ପୂର୍ଣ ଯାଞ୍ଚ ପରେ ଗାଡ଼ିରେ ଚାଉଳ ଲୋଡ୍ କରାଯାଏ ଏକ୍ଷେତ୍ରରେ ମଧ୍ୟ ତାହା ହୋଇଥିବ l କେଉଁ ପରିସ୍ଥିିରେ ଏପରି ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ l ହଁ ନିଶ୍ଚିତ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏହି ଟ୍ରକ୍ l
ଚାନ୍ଦବାଲିରୁ ପ୍ରକାଶ କୁମାର ନାୟକଙ୍କ ରିପୋର୍ଟ