ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ ; ୩୫ ବଲରେ ମାରିଲେ ୧୧ ଛକା ୭ ଚୌକା
ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଶତକ । ରାଜସ୍ଥାନ ରୟାଲ୍ସର ୧୪ ବର୍ଷିୟ ବୈଭବ ୩୫ ବଲରେ ୧୧ ଛକା ଓ ୭ ଚୌକା , ଶତକ ମାରି କଲେ ନୂଆ ରେକର୍ଡ ।ରାତିରେ ଚମକିଲେ ସୂର୍ଯ୍ୟ । ଆଇପିଏଲରେ ଇତିହାସ ରଚିଲେ ରାଜସ୍ଥାନର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଐତିହାସିକ ଶତକ ହାସଲ କରିଛନ୍ତି ବୈଭବ । ଗୁଜରାଟ ବିପକ୍ଷରେ ଏହି ଶତକ ହାସଲ କରିଛନ୍ତି ବୈଭବ । ଗୋଟିଏ ଇନିଂସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ଯୁବ କ୍ରିକେଟର। ଏହି ଇନିଂସ ସହ କ୍ରିକେଟ ଜଗତର ନୂଆ ତାରକା ଭାବେ ଉଭା ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ବୈଭବଙ୍କ ବିସ୍ଫୋରକ ଇନିଂସରେ ବିଜୟ ହାସଲ କରିଛି ରାଜସ୍ଥାନ । ବୈଭବଙ୍କ ବ୍ୟତୀତ ଯଶସ୍ବୀ ଜୟସ୍ବାଲ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।
ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଶତକ ହାସଲ କରିଛନ୍ତି ସୂର୍ଯ୍ୟ
ମାତ୍ର ୧୪ ବର୍ଷ ବୟସରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି
୩୫ ବଲରୁ ଶତକୀୟ ଇନିଂସ ଖେଳିଛନ୍ତି ସୂର୍ଯ୍ୟବଂଶୀ
ଆଇପିଏଲରେ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ
ଏହା ପୂର୍ବରୁ ୟୁସୁଫ୍ ପଠାନ ୩୭ ବଲରେ ଶତକ ହାସଲ କରିଥିଲେ
୧୦୧ ରନର ଇନିଂସରେ ୧୧ଟି ଛକା ଓ ୭ଟି ଚୌକା ମାରିଥିଲେ
ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଆଇପିଏଲ ଖେଳାଳି