କଟକ ଦେଉଳସାହିରେ NIA ଟିମ୍
କଟକ ଦେଉଳସାହିରେ NIA ଟିମ୍। ପହଲଗାମ୍ ଆତଙ୍କୀ ହମ୍ଲା ଜୀବନ ବଞ୍ଚାଇ ଫେରି ଆସିଥିବା ରଞ୍ଜିତ ଭୋଳଙ୍କ ଘରେ ଟିମର ପଚରାଉଚରା ଜାରି। ଆତଙ୍କୀଙ୍କ ବର୍ବର ଆକ୍ରମଣକୁ ନିଜ ଆଖିରେ ଦେଖିଥିଲେ ଭୋଳ ପରିବାର। ବାପା, ମାଆ, ପୁଅ, ବୋହୂ ୪ ଜଣ ବୁଲି ଯାଇଥିଲେ ପହଲଗାମ୍
କଟକ ଦେଉଳସାହିରେ NIA ଟିମ୍ । ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି କଲେ ପଚରାଉଚରା । ପହଲଗାମ୍ ଆତଙ୍କୀ ହମ୍ଲା ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର । ଆତଙ୍କୀଙ୍କ ବର୍ବର ଆକ୍ରମଣକୁ ନିଜ ଆଖିରେ ଦେଖିଥିଲେ । ଗତ ୧୯ ତାରିଖରେ କାଶ୍ମୀର ଯାଇଥିଲେ ରଞ୍ଜିତ ଭୋଳ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂ ।
୨୨ ତାରିଖରେ ପହଲଗାମ୍ରେ ପୁଅ ସନ୍ଦୀପ ଭୋଳଙ୍କ ବିବାହ ବାର୍ଷିକୀ ମାନାଉଥିଲେ । ହେଲେ ଏହି ସମୟରେ ଅଚାନକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କିଛି ବୁଝିବା ପୂର୍ବରୁ ଆତଙ୍କବାଦୀ ମାନେ ଜଣଙ୍କ ପରେ ଜଣେ ଲୋକଙ୍କୁ ଗୁଳି ମାରିବାରେ ଲାଗିଥିଲେ । ମହାଦେବ ବଞ୍ଚାଇ ଦେଇଥିଲେ ବୋଲି କହିଥିଲେ ଭୋଳ ପରିବାର ।