Header-News-Banner

ଗୋବିନ୍ଦପୁର ଗ୍ରାମରେ ୧୮ତମ ସାମୁହିକ ମହାଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ

0
IMG-20251202-WA0132

ସିନାପାଲି: ୦୨/୧୨ (ମଳୟ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ୧୮ତମ ସାମୁହିକ ମହାଲକ୍ଷ୍ମୀ ପୂଜାର କଳସ ଯାତ୍ରା ଧାମାକେଦାର ଭାବରେ ଅନୁଷ୍ଠିତ ହୋଇଛି,। ଗ୍ରାମର ଶତାଧିକ ମା-ଭଉଣୀ ଗାନ, ଘଣ୍ଟ, ଶଂଖ ଓ ହୁଳହୁଳିର ଶବ୍ଦସହିତ ସଙ୍କୀର୍ତ୍ତନ ଦଳକୁ ନେଇ ସ୍ଥାନୀୟ ପୋଖରୀରୁ ପବିତ୍ର କଳସ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଯାତ୍ରା ପରିବେଶକୁ ଆନନ୍ଦ ଓ ଉତ୍ସାହରେ ଭରିଦେଇଥିଲା । ଏହି ମହାଲକ୍ଷ୍ମୀ ପୂଜା ୨/୧୨/୨୫ ମଙ୍ଗଳବାରରୁ ଆରମ୍ଭ ହୋଇ ୦୭/୧୨/୨୫ ରବିବାର ପର୍ଯ୍ୟନ୍ତ ଚାଲି ରହିବ । ପୂଜାର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଜୟକୃଷ୍ଣ ବନ୍ଦିଛୋର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରମିଲା ବନ୍ଦିଛୋର ଦାୟିତ୍ୱ ନିଭାଉଛନ୍ତି ।ପୂଜାର ରିତିନୀତି ଓ ସମସ୍ତ ବୈଦିକ କାର୍ଯ୍ୟ ସୁନ୍ଦର ଭାବେ ସଂପାଦନ କରୁଛନ୍ତି । ପୂଜକ ଶ୍ରୀଯୁକ୍ତ ଦୟାନିଧି ଯୋଷୀ, ସହଯୋଗୀ ଶ୍ରୀଯୁକ୍ତ ଅଶୋକ ଯୋଷୀ, ଶ୍ରୀଯୁକ୍ତ ସର୍ଦ୍ଧାନନ୍ଦ ପଣ୍ଡା, ଶ୍ରୀଯୁକ୍ତ ତରୁଣ ବାଜପାୟୀ ଓ ଶ୍ରୀଯୁକ୍ତ ବିରଞ୍ଚି ପତି । ନିକଟସ୍ଥ ଗ୍ରାମରୁ ଶତାଧିକ ଭକ୍ତ ପହଞ୍ଚି ସନ୍ଧ୍ୟା ଆଳତି ଦର୍ଶନ କରି ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ପୂଜାକୁ ସଫଳ କରିବାରେ ସାମୁହିକ ଲକ୍ଷ୍ମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଅବଦାନ ଉଲ୍ଲେଖନୀୟ । କମିଟି ସୂଚନା ଅନୁଯାୟୀ ପ୍ରତ୍ୟେକ ରାତ୍ରିରେ ବିଭିନ୍ନ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Spread the love

Leave a Reply

Your email address will not be published. Required fields are marked *