Header-News-Banner

ଦୁଇ ବାଇକ ମୁହାଁମୁହିଁ ଦୁଇଜଣ ମୃତ୍ୟୁ, ଜଣେ ଗୁରୁତ୍ୱରକୋଟଗଡ଼

0
Picsart_25-08-20_22-13-19-347

କୋଟଗଡ଼ ତା -: ୨୦/୮/୨୫ (ପ୍ରତାପ କୁମାର ନାୟକ ଙ୍କ ରିପୋର୍ଟ କଳିଙ୍ଗ 24News) କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧୋକା ରେ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି, ଜଣେ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲ କୁ ନିଅ ଯାଇଛି l ସୂଚନା ମୁତାବକ ଆଜି ଦିପହର ରେ ନେତାଜୀ ସୁବାସ ବୋଷ କଲେଜ ତୁମୁଡିବନ୍ଧ ରୁ କ୍ଲାସ ସାରି ନିଜ ଘଋକୁ ବାଇକ ନ OD ୧୨F ୮୭୭୯ ଯୋଗେ ଫେରୁଥିଲେ। ସେହି ସମୟରେ ବଣ୍ଡପିପିଲି ରୁ ବାଇକ ନ OD୧୨ D ୮୮୬୩ ଯୋଗେ କୌଣସି ଏକ କାମ ନେଇ କୋଟଗଡ଼ ଆସୁଥିଲେ। ଏହି ସମୟରେ ଲସେରୀ ନିକଟରେ ଭାର ସମ୍ୟ ହରାଇ ମୁହାଁମୁହିଁ ହୋଇ ଯାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣ ବଣ୍ଡପିପିଲି ର ସନ୍ତୋଷ ସାହୁ ବୟସ ୪୨, ଅନଙ୍ଗ ପ୍ରଧାନୀ ଗେଟାବାଲି ବୟସ ୧୯, ନେତାଜୀ ସୁବାସ ବୋଷ ମହାବିଦ୍ୟାଳୟ ର +୩ କଲା ଦ୍ୱିତୀୟ ବର୍ଷ ର ଛାତ୍ର ଙ୍କ ମୃତୁ ଘଟି ଥିବାବେଳେ ଅନ୍ୟ ଜଣେ କଲେଜ ଛାତ୍ର ଗୁରୁତ୍ୱର ଥିବା ଜଣା ପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରତର କୁ ଉଦ୍ଧାର କରି ଆମ୍ବୁଲାଏନ୍ସ ଯୋଗେ ମେଡିକାଲ କୁ ପଠେଇବା ସହ ପୋଲିସ ପ୍ରଶାସନ କୁ ଖବର କରିଥିଲେ। ଖବର ପାଈଁ ଘଟଣା ସ୍ଥଳରେ କୋଟଗଡ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଟିମ ପହଂଚି ଶବକୁ ଜବତ କରି ଜଣକୁ ଉଦ୍ଧାର କରି ମିତ୍ର ପରିଜନ ଙ୍କୁ ସାନ୍ତ୍ୱନା ଦେଇ ସବୁ ବ୍ୟବଛେଦ ପାଈଁ ତୁମୁଡିବନ୍ଧ ମେଡିକାଲ କୁ ପଠେଇଛନ୍ତି। ସୂଚନା ଥାଉକି ସ୍ୱାଧୀନତା ଦିବସ ଦିନ କୋଟଗଡ଼ ରେ ସଡ଼କ ଦୁର୍ଘଟଣା ରେ ଜଣେ କଲେଜ ଛାତ୍ର ର ମୃତ୍ୟୁ ହୋଇଥିଲା। ଦିନୀକୁ ଦିନ ସଡ଼କ ଦୁର୍ଘଟଣା ଏବେ ପୋଲିସ ପ୍ରଶାସନ ର ମୁଣ୍ଡ ବଥା ର କାରଣ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *