ବିଶ୍ବ ମାନବିକତା ଓ ଫୋଟଗ୍ରାଫି ଦିବସ ଅବସରରେ ସାମାଜିକ କର୍ମୀ ଓ ଫୋଟଗ୍ରାଫରଙ୍କୁ ସମ୍ୱର୍ଦ୍ଦିତ
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପ୍ରେସ କ୍ଳବ୍ ପକ୍ଷରୁ ଆୟୋଜିତ ବିଶ୍ବ ମାନବିକତା ଦିବସ ସହ ବିଶ୍ବ ଫୋଟଗ୍ରାଫି ଦିବସ ପାଳିତ ହୋଇଯାଇଛି l ନନ୍ଦପୁର ସଦର ମହକୁମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ବିଶ୍ବ ମାନବିକତା ଦିବସ ଓ ବିଶ୍ବ ଫୋଟଗ୍ରାଫି ଦିବସ ଉପଲକ୍ଷେ ନନ୍ଦପୁର ବ୍ଲକର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ସହ ନନ୍ଦପୁର ସଦର ମହକୁମାର ଫୋଟ ଷ୍ଟୁଡିଓ କରିଥିବା ବ୍ୟକ୍ତିଙ୍କୁ ପ୍ରେସ କ୍ଲବ ଦ୍ଵାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ମୁଖ୍ୟ ଅତିଥି ବିଡ଼ିଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଦୋରାଙ୍କ ଦ୍ବାରା l ତତ୍ ସହିତ ମାନବିକତାର ମୂଲ୍ୟବୋଧ ଉପରେ ମଣିଷ ମଣିଷ ପ୍ରତି ଆଦର ସମ୍ମାନ ଭଲ ପାଇବା ସହ ଭାଇଚାରାର ଜୀବନ ଉପରେ, ସାମାଜିକ କ୍ଷେତ୍ରରେ ଚଳନି ନେଇ ମତ ରଖିଥିଲେ l ତେବେ ସାମାଜିକ କ୍ଷେତ୍ରରେ ମାନବିକତା ପରିଚୟ ଦେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଯଥା ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା,ବରିଷ୍ଠ ନାଗରିକ ଗୋପାଳ କୃଷ୍ଣ ବେବର୍ତ୍ତା, ପୂର୍ବତନ ସରପଂଚ ଜଗନ୍ନାଥ ପାଙ୍ଗି, ସେକ ଗୋଫୁର, ବିପିନ ମହାନ୍ତି, ଲିଙ୍ଗରାଜ ଚୌଧୁରୀ, ଏନ .ଲୋକନାଥ ଦାସ, ମୁନା ଦଳପତି,ଅବସର ପ୍ରାପ୍ତ ଶିକ୍ଷକ କିରଣ ପ୍ରକାଶ ପଣ୍ଡା, ଜି ସତ୍ୟନାରାୟଣ , ୫୮ ଥର ରକ୍ତ ଦାନ କରି ରେକର୍ଡ ସୃଷ୍ଟି କରି ସାରିଥିବା ବ୍ୟକ୍ତିତ୍ବ ନନ୍ଦପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ତ୍ରିପାଠି ପ୍ରମୁଖଙ୍କ ସହ ନନ୍ଦପୁର କୁମ୍ଭାର ସାହିର ମା ଗୋଜବାୟାଣୀ ଓ ତୁଳସୀ ଦୁଇ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମାନବିକତା ମାନବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଫୋଟଗ୍ରାଫିରେ ନନ୍ଦପୁରର ବିଭିନ୍ନ ଷ୍ଟୁଡିଓ ଯଥା ଜନନୀ , ଭବାନୀ, ମୁତ୍ୟାଲୁମା, ସାନିଆ, ନାରାୟଣ,ଶିବ ଶକ୍ତି ଷ୍ଟୁଡିଓ ସହ ଅରୁଣ ପାଣ୍ଡିଆ ଙ୍କୁ ଫୋଟଗ୍ରାଫି ନେଇ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ଦୋରା ପ୍ରଶଂସା ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରେସ କ୍ଲବ ସଭାପତି ତ୍ରିନାଥ ଖରା ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ସଦସ୍ୟଗଣ ସହଯୋଗ କରିଥିଲେ l ନନ୍ଦପୁର ବ୍ଲକ ପ୍ରତିନିଧି ବିମଳ ସ୍ମିତଙ୍କ ରିପୋର୍ଟ କଳିଙ୍ଗ 24 news