ଭିଜିଲାନ୍ସ ଜାଲରେ ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦାଆୟ ବହିର୍ଭୂତ ସଂପତ୍ତି ଠୁଳ
ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ଏମଭିଆଇ ଗୋଲାପ ହାଁସଦାଙ୍କ ଘରେ ଭିଜଲାନ୍ସ ଚଢ଼ାଉ ହୋଇଛି. ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ତରଫରୁ ଗୋଲାପ ଚନ୍ଦ୍ର ହାଂସଦାଙ୍କର ବାରିପଦା ପ୍ରଫୁଲ୍ଲ ନଗର ସ୍ଥିତ ନିଜଘର, ଭୁବନେଶ୍ୱର ଠାରେ ଝିଅ ରହୁଥିବା ଫ୍ଲାଟ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ସ୍ଥିତ ନିଜ ପୈତୃକ ଘର, ବୌଦ୍ଧ ଜିଲ୍ଲା ସ୍ଥିତ ଭଡ଼ା ଘର ଏବଂ ବୌଦ୍ଧ ଆରଟିଓ ଅଫିସ ମୋଟ 6ଟି ଠିକଣାରେ ଆଜି ସକାଳ ଠାରୁ ରେଡ ଚାଲିଛି. ତେବେ ଭିଜିଲାନ୍ସର ବିଭିନ୍ନ ଟିମ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରଖିଥିବା ବେଳେ, ଦିନ 12 ଟା ସୁଦ୍ଧା ବାରିପଦା ଘରୁ ପାଖାପାଖି 50 ଲକ୍ଷ ଟଙ୍କାର ଆଳଙ୍କାର, ପାଖାପାଖି 30ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ, 10 ଏକର ପାଖାପାଖି ଜମିର କାଗଜପତ୍ର, ନଗଦ 1ଲକ୍ଷ ଟଙ୍କା, ବ୍ୟାଙ୍କ ପାସବୁକ ଇତ୍ୟାଦି ଜବତ କରିଥିବା ବେଳେ ଚାଢ଼ାଉ ଜାରି ରହିଛି ଏବଂ ଦିନ ତମାମ ଚଢ଼ାଉ ଚାଲିବ ଏଣୁ ସମ୍ପୂର୍ଣ୍ଣ ଚଢ଼ାଉ ସରିଲେ ଜବଦ ସମ୍ପତ୍ତିର ଆକଳନ ପରେ ସଠିକ ସମ୍ପତି ତାଲିକା ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ବିକାଶ ସ୍ବାଇଁ କହିଛନ୍ତି.