ମ.ରାମପୁର ରେ କଂଗ୍ରେସ କର୍ମୀ ସଂଗଠନ ସଭା ଅନୁଷ୍ଠିତ।
କଳିଙ୍ଗ ଫୋକସ ତା ୩୦:୦୭:୨୫: ମ.ରାମପୁର ଅନ୍ତର୍ଗତ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପିସିସି ମେମ୍ବର ନାରାୟଣ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କର୍ମୀ ସଂଗଠନ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ କଂଗ୍ରେସ କେମିତି ଆଗକୁ ବଢିବ ତଥା ଭାରତରେ ତାର କଣ କଣ ଅବଦାନ ଥିଲା ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ। ଉକ୍ତ ସଭାରେ ବାବୁଲାଲ ନାଏକ, ଦିଲ୍ଲୀପ ମହାଖୁଡ଼, ହେମନ୍ତ ନାଏକ, ସଞ୍ଜିବ ସାହୁ, ମହୀଧର ବିଶ୍ୱାଳ, ଦୈତାରୀ ମହାନନ୍ଦ, ସୁରାଜିତ ସାହୁ, ବିଜୟ ବାଗ, ତୁଷାର ମାଝୀ, ରାଜ କୁମାର ପଟ୍ଟନାୟକ, ଗିରିଶ ଚନ୍ଦ୍ର ସାହୁ, ସମେତ ୧୯ ଗୋଟି ପଞ୍ଚାୟତ ର କଂଗ୍ରେସ ସଭାପତି ଓ କର୍ମୀ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ କଂଗ୍ରେସ କେମିତି ସୁଦୃଢ ହେବ ଏବଂ କର୍ମୀ ମାନେ କେମିତି ସୁଚାରୁରୂପେ ଦାୟିତ୍ୱ ତୁଲାଇବେ ସେହି ବିଷୟରେ ଶ୍ରୀ ଅଗ୍ରୱାଲ ଆଲୋକପାତ କରାଇଥିଲେ।
ମ. ରାମପୁର ରୁ ଲମ୍ବୋଦର ସେନାପତିଙ୍କ ରିପୋର୍ଟ କଲିଙ୍ଗ ଫୋକସ