Header-News-Banner

ଯୁଯୋମୁରା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ଇକୋ ପ୍ରଦର୍ଶନୀ ଅନୁଷ୍ଠିତ ସହଯୋଗ କରିଥିଲେ

0
IMG-20251125-WA0111


ଯୁଯୋମୁରା, ୨୫/୧୧/୨୫, ସରକାରୀ ଉଚ୍ଚ ବିଦ୍ୟାଳୟ ଯୁଯୋମୁରା ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ଇକୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ସୁଜିତ କୁମାର ଲୁହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟଣୀ ସଭାରେ ଅବସର ପ୍ରାପ୍ତ ଆଞ୍ଚଳିକ ଶିକ୍ଷ୍ୟା ନିର୍ଦେଶକ ଶ୍ରୀ ବିକାଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମଦଳଧିଶ ଶ୍ରୀ ଗିରିଧାରୀ ହୋତା ଯୋଗ ଦେଇଥିଲେ l ସମ୍ମାନିତ ଅତିରହି ଭାବେ ଯୁଯୋମୁରା ସରପଞ୍ଚ ଶ୍ରୀମତୀ ବାସନ୍ତୀ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୁଳଧର ପ୍ରଧାନ, ସଭାପତି ପଞ୍ଚସଖା ସେତୁ ଶ୍ରୀ ଦିବ୍ୟାକିଶୋର ପ୍ରଧାନ ତଥା ପରିଚାଳନା ସମ୍ପାଦକ ଯୁଯୋମୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ମେଣ୍ଡଳୀ ମଂଚାସୀନ ଥିଲେ l ଉଦଯାପନୀ ଉତ୍ସବରେ ଯୁଯୋମୁରା ସମିତି ସଭ୍ୟ ଶ୍ରୀ ଜୟନ୍ତ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ସୁଧୀର ହୋତା ଓ ଅତିରିକ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ବେହେରା ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏହି ପ୍ରଦର୍ଶନୀରେ ବିଜ୍ଞାନ ରୁ ୨୦୪ ଟି ଏବଂ ଇକୋ କ୍ଲବ ରୁ ୪୪ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦୀପିକା ପ୍ରଧାନ ପରିଚାଳନା କରିଥିଲେ l ଶେଷରେ ବିକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷଜ୍ଞାକ ଶିକ୍ଷୟତ୍ରୀ ଉପାସନା ଦଣ୍ଡସେନା, ଆରତୀ ଦାସ,ସୀମା ମେହେର, ପରାଶକ୍ତି ସୁଭଦ୍ରିକା, ତରଙ୍ଗିନୀ ରଂଜିତ, ସୁଶାନ୍ତ କୁମାର ସାହୁ,ସୌମ୍ୟ ରଞ୍ଜନ ଭୂତିଆ, ନେତ୍ରାନନ୍ଦ ଭୋଇ, ଅନୁପ କୁମାର ମେଣ୍ଡଳୀ, ଅଂଶୁମାନ ପାଣିଗ୍ରାହୀ, ନବୀନ ଚନ୍ଦ୍ର ପ୍ରଧାନ pramuk ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *