ଘୁମୁସର ଆସିକା ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିଵସ
ହିଞ୍ଜିଳିକାଟୁ:୦୬/୦୪/୨୬(ରଜତ ପଟ୍ଟନାୟକ)ଘୁମୁସର ଆସିକା ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ୦୬ ତାରିଖ ସୋମବାର ଦିନ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିଵସ ପାଳନ ଅବସରରେ ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କ ସହ ଜିଲ୍ଲା ପ୍ରଭାରୀ ଏବଂ ସମସ୍ତ ବରିଷ୍ଟ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ନିକଟସ୍ତ ଶ୍ୟାମଳାଇ ମନ୍ଦିରରେ ୪୭ ଗୋଟି ଦୀପ ପ୍ରଜଳନ କରି ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ମିଠା ବାଣ୍ଟିଥିଲେ।ମା ଶ୍ୟାମଳାଇ ଙ୍କ ପୀଠରେ ପୂଜାର୍ଚ୍ଚନା କରିବାସହ କୋଟି କୋଟି କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ନିରୋଗ ଏବଂ ଦୃଢ ମନବଳ ବୃଦ୍ଧି କରିବାପାଇଁ ମା ଶ୍ୟାମଳାଇ ଙ୍କ ନିକଟରେ ନିବେଦନ କରିଥିଲେ। ଏହାପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ସଭାପତି ଆନୁଷ୍ଠାନିକ ଭାବେ ପତକା ଉତ୍ତୋଳନ କରିଥିଲେ।ଏହି ସମୟରେ ଶତାଧିକ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ପ୍ରକାସ ମଙ୍ଗରାଜ,ଜିଲ୍ଲା ସାଧାରଣ ସମ୍ପାଦକ ଯଜ୍ଞ ନାରାୟଣ ଦାଶ,ହୃଷିକେଶ ସାହୁ, ଶ୍ରୀକାନ୍ତ ପଣ୍ଡା,ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ଶ୍ରୀକାନ୍ତ ମହାପାତ୍ର, ସପ୍ନା ରାଣୀ ପ୍ରଧାନ,ଜିଲ୍ଲା ସମ୍ପାଦିକା ଆଭା ପରିଡା,ଇ. ଅନ୍ତର୍ଯ୍ୟାମୀ ପାତ୍ର,ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ରୋଶନ ଖୁଣ୍ଟିଆ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଜିତ କୁମାର ପଣ୍ଡା,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମନୋଜ କୁମାର ପ୍ରଧାନ,ଜିଲ୍ଲା କୋଷାଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,କଞ୍ଚୁଡ଼ୁ ମଣ୍ଡଳ ସଭାପତି ରବୀନ୍ଦ୍ର ପାଣିଗ୍ରାହି,ମୁନା ପ୍ରଧାନ,ଜୟସେନ ପ୍ରଧାନ,ଶାନ୍ତନୁ ନାୟକ,ମିଲୁ ସ୍ୱାଇଁ,ପ୍ରୀତି ପ୍ରଧାନ,ଆଲୋକ ନାୟକ,ଦିଲ୍ଲୀପ ନାୟକ, ପ୍ରଦେଶ ପ୍ରଧାନ,ବିକାସ ସେଠୀ,ଇ. ସରୋଜ ପାତ୍ର,ରତ୍ନାକର ନାୟକ,ବଳରାମ ପଣ୍ଡା,କୃଷ୍ଣ ସ୍ୱାଇଁ,ଲିଟୁ ଦାଶ ଙ୍କ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ।