Header-News-Banner

ନବରଙ୍ଗପୁରଠାରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

0
WhatsApp Image 2026-03-15 at 8.30.44 AM

ନବରଙ୍ଗପୁର, ୧୫/୩ : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକ ୦୧ ଗୋଟି ଦେବାନୀ (ସିଭିଲ) କେଶ ଫଇସଲା କରି ଟ.୩,୭୦,୦୦୦/କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଗର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୨ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ଓ ଟ.୫,୭୭,୮୭୨/- ଜୋରିମାନା ଆଦାୟ କରିଛନ୍ତି । ସେହିପରି ବରିଷ୍ଠ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୪ଟି ଦେବାନୀ କେସ ଫଇସଲା କରାଇଛନ୍ତି, ସେହିଭଳି ଉପଖଣ୍ଡ ବିୟରବିଭାଗୀୟ ଦଣ୍ଡାକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୫୪ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ଦ୍ଵିତୀୟ ଶ୍ରେଣୀ ବିୟର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୪ ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତିୟ ଏହି ରାଷ୍ଟୀୟ ଲୋକ ଅଦାଲତରେ ସର୍ବମୋଟ ୧୪୧ ଗୋଟି କୋର୍ଟ କେସ ଓ ୨୨୧୮୯ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୩୯,୪୫,୫୯୮/- ରାଜସ୍ବ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୧୪ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୧୫,୯୦୦/- ରୁଣ ଆଦାୟ କରାଯାଇଛି । ବିଦ୍ୟୁତ ବିଭାଗ ର ୧୫୩ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୭, ୬୦,୪୮ ୧/- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥୁ ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଗର ବିଭାଗୀୟ ଦଣ୍ଡାଧୂକାରୀ ସୀମା ତ୍ରିପାଠୀ ଓ ବରିଷ୍ଟ ଦେବାନୀ ଜର୍ଜ (ମହିଳା କୋର୍ଟ) ସୁଦୀପା ପାତ୍ର ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭୀପ୍ସା ଗୋଛାୟାତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିପ୍ପଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଗ୍‌ରୀ ସହଯୋଗକରିଥିଲେ ।

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *