Header-News-Banner

ଜୟପୁର ପୌରପରିଷଦର ଏକାଧିକ ଅଧିକ ଉଦ୍ୟାନ ଅଚଳ

0
WhatsApp Image 2026-03-15 at 8.20.24 AM

ଖତ ଖାଉଛି କୋଟିଏ ଟଙ୍କାର ସାମଗ୍ରୀ

ଜୟପୁର, ୧୫।୩: ଜୟପୁର ପୌରପରିଷଦର ଏକାଧିକ ଉଦ୍ୟାନ ଅଚଳ ହୋଇଛି I ଉଦ୍ୟାନଗୁଡିକରେ ଦୀର୍ଘ ବର୍ଷ ଧରି ତାଲା ଝୁଲୁଛି। ଅଞ୍ଚଳବାସୀ ଉଦ୍ୟାନକୁ ବ୍ୟବହାର କରିପାରୁ ନାହାନ୍ତି ବହୁ କୋଟି ଟଙ୍କାର ସାମଗ୍ରୀ ଖତ ଖାଉଛି ପୌରପରିଷଦ ତରଫରୁ ଉଦ୍ୟାନ ରକ୍ଷଣାବେକ୍ଷଣ କରିବାକୁ ଟେଣ୍ଡର ଆହ୍ଵାନ କରାଯାଉଛି। ଉଦ୍ୟାନ ପରିଚାଳନା ପାଇଁ କେହି ଆଗେଇ ଆସୁ ନାହାନ୍ତି। କୌଣସି ଏସ୍ଏଚ୍ଳି ଗ୍ରୁପକୁ ପରିଚାଳନା କରିବାକୁ ଦାୟିତ୍ବ ପ୍ରଦାନ କରାଯାଇପାରୁ ନାହିଁ। ପୌର ପ୍ରଶାସନ ନିଜେ ସମସ୍ତ ଉଦ୍ୟାନର ରକ୍ଷଣାବେକ୍ଷଣ ଦାୟିତ୍ବ ହାତକୁ ନେଉ ନାହିଁ। ଦୀର୍ଘଦିନ ଧରି ଉଦ୍ୟାନରେ ତାଲା ଝୁଲୁଛି ସହରକୁ ସୁନ୍ଦର କରି ଗଢି ତୋଳିବା ସହ ସ୍ଥାନୀୟ ସାହିବାସିନ୍ଦାଙ୍କ ଆମୋଦପ୍ରମୋଦର ମାଧ୍ଯମ ଭାବେ ପୌରପ୍ରଶାସନ ଉଦ୍ୟାନଗୁଡିକ ନିର୍ମାଣ କରିଛି। ସହରର ୨୮ ୱାର୍ଡରେ ୨୫ ଉଦ୍ୟାନ ରହିଛି। ବ୍ୟାୟାମଶାଳା ମଧ୍ଯ ରଖା ଯାଇଛି ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ କରିବାକୁ ଚଲାପଥ ନିର୍ମାଣ କରାଯାଇଛି ବର୍ତ୍ତମାନ ଉଦ୍ୟାନଗୁଡିକ ବର୍ଷ ବର୍ଷ ଧରି ତାଲା ପଡୁଛି ଉଦ୍ୟାନଗୁଡିକ ରକ୍ଷଣାବେକ୍ଷଣ ସହ ପରିଚାଳନା କରିବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା ଚଳିତ ୨୦୨୫-୨୬ ମଧ୍ୟରେ ୩ ଥର ୨୫ ଉଦ୍ୟାନ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି। ମହିଳା ସ୍ୱୟଂସହାୟକ ଗୋଷ୍ଠୀ କିମ୍ବା ବ୍ୟକ୍ତିଗତ ଭାବେ କେହି ମଧ୍ୟ ଉଦ୍ୟାନ ପରିଚାଳନା ସହ ରକ୍ଷଣାବେକ୍ଷଣ

ଦାୟିତ୍ବ ନେବାକୁ ରାଜି ହେଉ ନାହାନ୍ତି ହାତ ଗଣତି ତିନିରୁ ଚାରୋଟି ଉଦ୍ୟାନ ପରିଚାଳନା କରିବାକୁ ଏସ୍ଏଚ୍ଜି ଟେଣ୍ଡରରେ ଭାଗ ନେଇଥିଲୋ ଜୟନଗର, ବିଜୁ ରିକ୍ରିଏସନ, ବିଜୁ ଶାନ୍ତି ଉଦ୍ୟାନ, ଗାନ୍ଧୀ ଉଦ୍ୟାନ, ଲକ୍ଷ୍ମୀ ନଗର ଉଦ୍ୟାନ, ନୈମିଷାରଣ୍ୟକୁ ଲିଜରେ ନେବା ପାଇଁ ଟେଣ୍ଡର ପଡ଼ିଥିଲା। ଅନ୍ୟ ସମସ୍ତ ଉଦ୍ୟାନକୁ ପରିଚାଳନା କରିବା ନିମନ୍ତେ ପୌଣସି ୱାର୍ଡର ଏସଏଚଜି କିମ୍ବା ବ୍ୟକ୍ତିଗତ ଲୋକେ ଆଗ୍ରହ ପ୍ରକାଶ କରି ନାହାନ୍ତି ଉଦ୍ୟାନ ପରିଚାଳନା ସହ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ। ସହରର ପାଞ୍ଚ ଉଦ୍ୟାନକୁ ଲିଜ ସୁତ୍ରରେ ଦେଇ ପୌର ପ୍ରଶାସନ

ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖୁଛି ବଳକା ଉଦ୍ୟାନଗୁଡିକ ଏସ୍ଏଚଜି କିମ୍ବା କୌଣସି ବ୍ୟକ୍ତି ବିଶେଷ ନେଇ ତାକୁ ପରିଚାଳନା କରିବା ଦାୟିତ୍ବ ତୁଲାଇବାକୁ ଟେଣ୍ଡର ସମୟରେ ସର୍ତାବଳୀ ପୌରପ୍ରଶାସନ ରଖୁଥୁଲା ଇତି ମଧ୍ୟରେ ୩ ଥର ଟେଣ୍ଡର ଆହ୍ବାନ କରାଯାଇଛି ପରିଚାଳନା କରିବାକୁ କେହି ମଧ୍ୟ ଆଗେଇ ଆସୁ ନ ଥିବା ନେଇ ପୌରପ୍ରଶାସନ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ଉଦ୍ୟାନରେ ତାଲା ଝୁଲୁଛି। ଉଦ୍ୟାନ ଭିତରେ ଶିଶୁ ଙ୍କ ଖେଳନା ସାମଗ୍ରୀ ତଥା ଜିମ ସରଞ୍ଜାମଗୁଡିକ ଖତ ଖାଉଛି। ଦୀର୍ଘ ଦିନ ଧରି ତାଲା ପଡ଼ି ରହିଥବାରୁ

ଉଦ୍ୟାନ ଭିତରେ ଲଟାବୁଦା ଭଳି ଏକ ଜଙ୍ଗଲ ସୃଷ୍ଟି ହୋଇ ଗଲାଣି ପରିଚାଳନା ଦାୟିତ୍ବ କେହି ନେଉ ନ ଥିବାରୁ ଉଦ୍ୟାନ ଖୋଲିବା ସମ୍ଭବ ହୋଇପାରୁ ନ ଥିବା ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ପୂଜା ରାଉତ କ‌ହିଛନ୍ତି। ୧୫ ତାରିଖରେ ଉଦ୍ୟାନଗୁଡିକ ଏନ୍ଏଚ୍ ଜିଙ୍କ ସହ ଚୁକ୍ତି କରି ଦାୟିତ୍ଵ ହସ୍ତାନ୍ତର କରାଯିବ ବୋଲି ରାଉତ କହିଛନ୍ତି ପୌରପ୍ରଶାସନ ସାଧାରଣ ଜନତାଙ୍କ ପାଇଁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ଉଦ୍ୟାନଗୁଡିକ ନିର୍ମାଣ କରିବା ପରେ ମଧ୍ୟ ତାହାର ସୁଫଳ ମିଳିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି.।

ଗୋବିନ୍ଦ ତ୍ରିପାଠୀ, ଜୟପୁର

Spread the love

Leave a Reply

Your email address will not be published. Required fields are marked *