Header-News-Banner

୧୦୮ ଗୋରୁ ଉଦ୍ଧାର, ୮ ଜଣଙ୍କ ନାମରେ ମାମଲା

0
WhatsApp Image 2026-03-17 at 9.15.49 AM

ଚାଲାଣବେଳେ ଉଦ୍ଧାର କରାଯାଇଥିବା ଗୋରୁ ।

ଉମରକୋଟ, ୧୭।୩

ଗୋ ଚାଲାଣ ବେଳେ ଉମରକୋଟ ପୋଲିସ ୧୦୮ ଗୋରୁଙ୍କୁ ଉଦ୍ଧାର କରିଛି। ଏଥିରେ ୮ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ ସୋମବାର ପୂର୍ବାହ୍ନ ୧୦ଟାରେ ରାଇଘରରୁ ପ୍ରାୟ ୧୦୮ ଗୋରୁଙ୍କୁ ଡାବୁଗାଁ ଅଭିମୁଖେ ଚାଲାଣ କରାଯାଉଥିବା ନେଇ ଉମରକୋଟ ପୋଲିସ ଖବର ପାଇଥିଲା। ପୋଲିସ ସେଠାରେ ଶୁନ୍ୟାକୁ ନିକଲପଦରରୁ ଉଦ୍ଧାର କରିଛି। ଯେଉଁ ୮ ଜଣ ବ୍ୟକ୍ତି ଗୋରୁମାନଙ୍କୁ ଚଲାଇ ନେଉଥିଲେ ସେମାନଙ୍କୁ ଙ୍କୁ ଥାନାକୁ ଅଣାଯାଇଥିଲା ତାଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନ ଥୁବାରୁ ସେମାନଙ୍କ ନାମରେ କେସ୍ ନଂ୬୯/୨୬ ଓ୭୦ / ୨୬ରେ ମାମଲା ରୁଜୁ କରାଯାଇଛି। ଏହାପରେ ନୋଟିସ ଦେଇ ସେମାନଙ୍କୁ ଛଡ଼ାଯାଇଥିବା ଥାନାଧିକାରୀ ବିପିନ କୁମାର କୁ ବାଗ ସୂଚନା ଦେଇଛନ୍ତି। ଏହି ସମୟରେ ଥାନା ଆଇଆଇସି ବିପିନ କୁମାର ବାଗ, ଏସ୍‌ଆଇ ସଞ୍ଜୟ ମଣ୍ଡଳ, ଏଏସ୍‌ଆଇ ମଳୟ ମିଶ୍ର, ରାମନ୍ଦନ ପ୍ରଧାନ, ନରେନ୍ଦ୍ର ଗୋଲାପୀ ପ୍ରମୁଖ ଏହି ଗା ଉଦ୍ଧାର ସମୟରେ ଉପସ୍ଥିତ ଥିଲେ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *