Header-News-Banner

ଆଞ୍ଚଳିକ ବ୍ରାହ୍ମଣ ସମିତି ପକ୍ଷରୁ ସ୍ନୃତିସଭା

0
WhatsApp Image 2026-03-17 at 12.20.34 PM

ଜଣେ ଦରଦୀ ଓ ସତଚରିତ୍ରର ମଣିଷ ଥିଲେ କରୁଣାକର-ଖଇରା,୧୬/୩(ସଂଜୟ କୁମାର ବେହେରା)ବାଲେଶ୍ବର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ ଅଧୀନ ଡାହି ଗ୍ରାମର ଅରାଧ୍ୟ ଦେବ ରାଧାକୃଷ୍ଣ ଜୀଉଙ୍କ ସେବକ,ସରଳ ନିଷ୍କପଟ ମଣିଷ ସ୍ବର୍ଗତ କରୁଣାକର ପାଢୀଙ୍କ ବିୟୋଗରେ ଏକ ସ୍ମୃତିସଭା ମଙ୍ଗଳବାର ଦିନ ଡାହି ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରା ଶାଖା ଆନୁକୂଲ୍ଯ ରେ ଆୟୋଜିତ ସଭାରେ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପତ୍ରୀ ସଭାପତିତ୍ବ କରିଥିଲେ । ସାଧାରଣ ସମ୍ପାଦକ ରମାକାନ୍ତ ଶତପଥି,ସଭ୍ୟ ଦିନବନ୍ଧୁ ପଣ୍ଡା,ରାମଚନ୍ଦ୍ର ପଣ୍ଡା,ପଦ୍ମନାଭ ପଣ୍ଡା,ବାସୁଦେବ ପଣ୍ଡା,କୃଷ୍ଣଚନ୍ଦ୍ର ଦାଶ,ବାସୁଦେବ ସାହୁ,ଶ୍ୟାମସୁନ୍ଦର ପଣ୍ଡା,ବିଷ୍ଣୁମୋହନ ବହଳି ଏବଂ ପରିବାର ସଦସ୍ୟ ଓ ସମ୍ପର୍କୀୟ ଗୟାଧର ତ୍ରୀପାଠୀ,ବସନ୍ତ କୁମାର ପାଢୀ,ବିପିନ ବିହାରୀ ପାଢୀ,ରମେଶ କୁମାର ପାଢୀ,ଶରତ କୁମାର ପାଢୀ,ଗୋବିନ୍ଦ ଚନ୍ଦ୍ର ପଣ୍ଡା,ପିତାମ୍ବର ପାଢୀ,ଆଇନଜିବୀ ଭରତ ଚନ୍ଦ୍ର ପଣ୍ଡା ,ଦୟାନିଧି ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପାଢୀ ଙ୍କର ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ ଗୀତାପାଠ,ତପନ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ସ୍ବର୍ଗତ ପାଢୀଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ ସହ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *