ବରୁଣେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପି
ବଡ଼ଚଣା – ବରୁଣେଶ୍ୱର ସ୍ପୋର୍ଟସ ଆଣ୍ଡ କଲଚୁରାଲ ଆସୋସିଏସନ ଆନୁକୂଲ୍ୟରେ ୪୫ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଉଳକୁର ସ୍ଥିତ କେ ଏମ ସି ପଡ଼ିଆଠାରେ ଉଦଯାପିତ ହୋଇଯାଇଛି । ଉଦଯାପନି ମ୍ୟାଚରେ ସୁଙ୍ଗୁଡା ଓ ନେଳିବାରି ମଧ୍ୟରେ ଚିତା କର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୁଙ୍ଗୁଡା କ୍ରିକେଟ କ୍ଲବ ସୁଙ୍ଗୁଡା ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପଡିଆ ମଧ୍ୟକୁ ତାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାନଙ୍କୁ ପଠାଇଥିଲା । ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚରେ ବିକାଶ କୁଅଁର ଙ୍କ ବିସ୍ପୋରକ ବ୍ୟାଟିଂ ଫଳରେ ଦଳ ୮ ଗୋଟି ଉଇକେଟ ବିନିମୟରେ ୨୮୨ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ମା ତାରିଣୀ କ୍ରିକେଟ କ୍ଲବ ନେଳିବାରି ୨୮୩ ରନର ବିଜୟ ଲକ୍ଷ ପୂରଣ କରିବାର ପିଛାକରି ସମସ୍ତ ଉଇକେଟ ହରାଇ ମାତ୍ର ୧୪୦ ରନ କରିବାରେ ସକ୍ଷମ ହୋଇଥିଲେ । ଖେଳକୁ ଭରତଚନ୍ଦ୍ର ମିଶ୍ର ଓ ପ୍ରଶାନ୍ତ ବେହେରା ପରିଚାଳନା କରିଥିବାବେଳେ ସ୍କୋରର ଭାବେ ରାଜକିଶୋର ସାମଲ ,ରୋଷନ ଚୌଧୁରୀ ,ଏବଂ ଦୀପକ ପ୍ରଧାନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନଅପଦି ମ୍ୟାଚ ଓ ମ୍ୟାନ ଅପ ଦି ସିରିଜ ଭାବେ ସି ଏସ କାନୁନଗୋ ,ବେଷ୍ଟ ବୋଲର ପପୁନ ସାମଲ ,ବେଷ୍ଟ ଫିଲ୍ଡର ଭାବେ ଲକ୍ଷ୍ମୀଧର ଦାସଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଶିକ୍ଷାବିତ୍ ଗିରିଜା ଦାଶ ଙ୍କ ପରିଚାଳନା ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବଳରାମ ରଣା ଓ ସମ୍ମାନିତ ଅତିଥିଭାବେ ବି ଡି ଓ ରବୀନ୍ଦ୍ର ପ୍ରଧାନ ,ପଞ୍ଚାୟତ ସମିତି ଅଧ୍ୟକ୍ଷ ମିନତୀ ସେନାପତି ,ଉପାଧ୍ୟକ୍ଷ ବିଭାସ ନନ୍ଦ ,ହୋଲି ଜେସସ ବିଦ୍ୟାଳୟ ଅଧ୍ୟକ୍ଷା କାମିନୀ ନାୟକ ,ଜିଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ , ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ ,ଯୁବନେତା ଚନ୍ଦନ ପଣ୍ଡା ,ସମିତିସଭ୍ୟ ମଧୁସୂଦନ ବଳ , ପ୍ରାକ୍ତନ କ୍ରିକେଟର ସଂଜୟ ପ୍ରଧାନ ,ଶିକ୍ଷାବିତ୍ ଅମୀୟ ଦାସ ,ନାରାୟଣ ରାଉତ ସମାଜ ସେବୀ ପ୍ରଶାନ୍ତ ଦାଶ , ବିମଳ ପ୍ରସନ୍ନ ପ୍ରଧାନ ,ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଆୟୋଜକ କମିଟି ପକ୍ଷରୁ ବିଧାୟକ ଙ୍କ ୫୩ ତମ ଜନ୍ମଦିନ ମଞ୍ଚଉପରେ ପାଳନ କରାଯିବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କ୍ରିକେଟର ତଥା ରେଳ ବିଭାଗ ଅଧିକାରୀ କୁନାଳ ରାଉତ ବିଜୟ ଓ ରାନର୍ସ ଟ୍ରଫିକୁ ପ୍ରାୟୋଜିତ କରିଥିବା ବେଳେ ଅଶାମଣି ଦାଶରଥି ଫାଉଣ୍ଡେସନ ର ପରିଚାଳକ ଭବାନୀ ଶଙ୍କର ବାରିକ ମ୍ୟାନ ଅପଦି ମ୍ୟାଚ ଓ ମ୍ୟାନ ଅପ ଦି ସିରିଜ ଟ୍ରଫିକୁ ପ୍ରାୟୋଜିତ କରିଥିଲେ । ସେହିପରି ବେଷ୍ଟ ବ୍ୟାଟ୍ସମ୍ୟାନ ଏବଂ ବେଷ୍ଟ ଫିଲ୍ଡର୍ ଟ୍ରଫିକୁ ଜେ ଏମ ସ୍ପୋର୍ଟସ ର ପରିଚାଳକ ଜ୍ୟୋତି ରଞ୍ଜନ ପରିଡା ପ୍ରାୟୋଜିତ କରିଥିଲେ । ଖେଳ ପରିଚାଳନା ରେ କିରଣ ପ୍ରଧାନ ,ଜନ୍ମେଜୟ ପ୍ରଧାନ ,ଅବିନାଶ ସାହୁ ,ସର୍ବେଶ୍ୱର ସାମଲ ,ବିଶ୍ୱରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିମଳ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସଂମ୍ପନ୍ନ ହୋଇଥିଲା