ଜାମୁ ଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରୁ ୬ଟି ଛେଳି ଚୋରି ନାଉଗାଁ ଥାନାରେ ଅଭିଯୋଗ।
ନାଉଗାଁ ୨୩/୩/(ବୈଷ୍ଣବ ରାଉଳ,)ନାଉଗାଁ ଥାନା ଅନ୍ତର୍ଗତ ଜାମୁ ଗାଁ ପଜ୍ଞାୟତ ସ୍ଥିତ ଜାମୁ ଗାଁ ଗ୍ରାମର ପ୍ରଶାନ୍ତ ସାହୁ ନାମକ ଜୈନିକ ବ୍ୟକ୍ତି ନାଉଗାଁ ପଶୁସମ୍ପଦ ବିଭାଗରୁ ଏକ ଛେଳି ରୁଣ ନେଇ ତାର ନିଜ ବାଡ଼ିରେ ଛେଳି ଫାର୍ମ କରିଥିଲେ।ତାର ଫାର୍ମରେ ୫୦ଟି ଛେଳି ଥିବା ବେଳେ ଗତ ୨୧ତାରିଖ ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଫାର୍ମର ତାର ଜାଲି କାଟି ଫାର୍ମ ମଧ୍ୟରୁ ୬ଟି ଛେଳି ନେଇ ଯାଇଥିବା ପ୍ରଶାନ୍ତ ନାଉଗାଁ ଥାନାରେ ଅଭିଯୋଗ କରିବା ସହିତ ଗ୍ରାମର ଆଖପାଖ ଖୋଜାଖୋଜି କରିବାରୁ ଜାମୁ ଗାଁ ଗ୍ରାମର ପଛପଟେ ଏକ ଜଙ୍ଗଲିଆ ସ୍ଥାନରେ ଦୃର୍ବୁତ୍ତ ମାନେ। ଦୁଇଟି ଛେଳିକୁ ମାରି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା ପ୍ରଶାନ୍ତ ଏ ସମ୍ପର୍କରେ ନାଉଗାଁ ଥାନାରେ ଅବଗତ କରାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖାଯାଇଛି।