ଡୋଳାବାଲି ଛକରେ ଜିଲ୍ଲା ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିରଅନୁଷ୍ଠିତ
କଣ୍ଟାମାଳ ୨୩:୦୩:୨୦୨୬( ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୋଲାବାଲି ଛକ ନିକଟରେ ଜିଲ୍ଲା ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି | ବୌଦ୍ଧ ଉପଖଣ୍ଡ ପୁଲିସ ଅଧିକାରୀ ଏସଡିପିଓ ଲରେନ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଥାନା ଆଇଆଇସି ବାସୁଦେବ ଭୋଇ, ରିଜର୍ଭ ଇନ୍ସପେକ୍ଟର ପ୍ରଦୀପ ଓରାମ୍, ସର୍ଜେଣ୍ଟ୍ ଖଗେଶ୍ୱର ବିଶ୍ୱାଳ , ସବ୍ ଇନ୍ସପେକ୍ଟର ପ୍ରକାଶ ଭୋଇ ଓ କଣ୍ଟାମାଳ ପୁଲିସ ଷ୍ଟାଫ ଉପସ୍ଥିତ ଥିଲେ | ସ୍ଥାନୀୟ ଅଂଚଳର ଲୋକ ମାନଙ୍କୁ ଗଞ୍ଜେଇ ଚାଷ ଛାଡି ଅନ୍ୟ ଅର୍ଥକାରୀ ଫସଲ ଚାଷ କରି ଲାଭବାନ ହେବାକୁ ସଚେତନ କରା ଯାଇଥିଲା l ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ, ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ପେନ୍ ଯୁବକ ମାନଙ୍କୁ ଭଲିବଲ୍, ଫୁଟବଲ୍, ସାଲ, ଟର୍ଚ୍ଚ ଲାଇଟ୍ ମହିଳା ମାନଙ୍କୁ ଶାଢୀ ସହ ଟାୱେଲ, ଟୋପି, ଧୋତି ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରା ଯାଇଥିଲା l