Header-News-Banner

ଧଳପୁର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲା ପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି।,,,,ବୌଦ୍ଧ ୨୩/୩/( କୁନା ବେହେରା)

0
WhatsApp Image 2026-03-23 at 9.06.39 PM

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ମୁଖ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଜିଲ୍ଲାପାଳ, ବିଭୂତି ଭୂଷଣ ନାୟକ ଏସ ପି ରାହୁଲ୍ ଗୋୟଲ, ବନଖଣ୍ଡଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ଏବଂ ବ୍ଲକ୍ ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଆଜିର ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୬୦ଟି ବ୍ୟକ୍ତିଗତ ଏବଂ ୪ଟି ଗୋଷ୍ଠୀଗତ ଆବେଦନ ରହିଥିଲା। ସବୁଠାରୁ ବଡ଼ କଥା ହେଉଛି, ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇ ୨୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ଯୋଜନାରେ ୩ ଜଣ ହିତାଧିକାରୀଙ୍କୁ ମୂଖ୍ୟ ମନ୍ତ୍ରୀ ରେଡ କ୍ରସ ପାଣ୍ଠି ରୁ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ( ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ)

Spread the love

Leave a Reply

Your email address will not be published. Required fields are marked *