Header-News-Banner

ଜିଲ୍ଲା ପ୍ରତିଷ୍ଠା ଦିବସରେ ଲୋକାର୍ପିତ ହେବ ‘ଧଏନ୍ ମାଁ ମାଟି, ଧଏନ୍ ବରଗଡ଼’

0
WhatsApp Image 2026-03-25 at 8.51.49 PM

ବରଗଡ଼::୨୫.୦୩.(ଯୋଗେନ୍ଦ୍ର ସାହୁ )କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାକୁ ନେଇ ରଚିତ ‘ପୁଣ୍ୟ ମାଟି ମୋ ବରଗଡ଼’ ଗୀତର ଅପୂର୍ବ ସଫଳତା ଓ ଲୋକପ୍ରିୟତା ପରେ ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ଅନ୍ୟତମ ସଂଗୀତ ‘ ଧଏନ୍ ମାଁ ମାଟି ଧଏନ୍ ବରଗଡ଼, କେଡ଼େ ସୁନ୍ଦର ଆମର ଜିଲ୍ଲା’ ଆଗାମୀ ଏପ୍ରିଲ ଏକ ତାରିଖ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଲୋକାର୍ପିତ ହେବାକୁ ସ୍ଥିରୀକୃତ ହୋଇଛି। ସମଗ୍ର ଦେଶକୁ ବରଗଡ଼ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନ ସହିତ ଦେଶର କଳା, ସାହିତ୍ୟ, ସଂସ୍କୃତିକୁ ସମୃଦ୍ଧ କରିବାରେ ଜିଲ୍ଲାର ଭୂମିକା ଓ ଉନ୍ନତ କୃଷି ଉତ୍ପାଦନ ର ଗୁରୁତ୍ବ ସବୁକୁ ସଂଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଅଛି। ବିଶିଷ୍ଟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ନବ ମହତ୍ତମଙ୍କ ସଂଗୀତ ନିର୍ଦ୍ଦେଶନାରେ ବରଗଡ଼ଜିଲ୍ଲାର ସୁପରିଚିତ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ରୀନା ଦାଶ, ସନ୍ଦୀପ ମହାପାତ୍ର, ନବ ମହତ୍ତମ, ବୁଦ୍ଧଦେବ ବାରିକ, କମଲେଶ ଚକ୍ରବର୍ତ୍ତୀ, ଅନାମିକା ଆଚାର୍ଯ୍ୟ, ଆଶିଷ କୁମ୍ଭାର, କାଳୀଚରଣ ବାଗ, ବିକାଶ ସେନ୍, ତୈ।ଫିକ ଖାନ୍, ଅଙ୍କିତ ରାଜ, ଦୁଷ୍ମନ୍ତ ସୁନା, ସୌଭାଗ୍ୟଲକ୍ଷ୍ମୀ ଦାଶ, ମିଲିମା ନାଗ, ଅଂଶିକା ସିକନ୍ଦର, ନତାଶା ସିକନ୍ଦର, ବର୍ଷା ମହତ୍ତମ, ତପସ୍ଵିନୀ ଦାଶ, ମାନୀ ଚକ୍ରବର୍ତ୍ତୀ, ସ୍ୱାଗତିକା ତ୍ରିପାଠୀ, ଅଲିଶା ମିଶ୍ର, ସଂଗୀତା ମହତ୍ତମ, ରଶ୍ମିରେଖା ଦାଶ ପ୍ରମୁଖ ୨୩ଜଣ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି। ଓମ୍ ପ୍ରଡକ୍ସନ, ବରଗଡ଼ ଦ୍ବାରା ନିବେଦିତ ଉକ୍ତ ସଂଗୀତଟି ‘ସପ୍ତକ ଝଙ୍କାର’ ଷ୍ଟୁଡ଼ିଓରେ ରେକର୍ଡିଂ ଓ ମାନଭଞ୍ଜନ ନାୟକଙ୍କ ଦ୍ବାରା ସମ୍ପାଦିତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଗାନ୍ଧୀ ପାର୍କ ଠାରେ ଏହାର ମୁଖ୍ୟ ଭିଡିଓ ସୁଟିଂ ସମାପ୍ତ ହୋଇ ଯାଇଛି। ଗୀତଟି ଲୋକପ୍ରିୟ ହେବ ବୋଲି ପ୍ରଯୋଜକ ବୁଦ୍ଧଦେବ ବାରିକ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *