Header-News-Banner

ରାମନବମୀ ଅବସରରେ ରାମଦୟା ପରିଷଦ ଏବଂ ବଜରଙ୍ଗୀ ସେନା ତରଫରୁ ବିଶାଳ ବାଇକ୍ ଶୋଭାଯାତ୍ରା

0
WhatsApp Image 2026-03-27 at 4.24.59 PM


ଗଣିଆ – ୨୭/୦୩(ସରୋଜ କୁମାର ଦାଶ)ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଜନ୍ମଦିବସ ଆଜି ପାଳୁଛି ସାରା ବିଶ୍ବ । ପୁରପଲ୍ଲୀରେ ଆଜି ଗୁଞ୍ଜରିତ ହେଉଛି ରାମଧ୍ବନୀ । ମୋ ରାମ ଆସୁଛନ୍ତି ସଙ୍ଗୀତର ତାଳେ ତାଳେ ଝୁମୁଛି ପୁରପଲ୍ଲୀ । ଏହି ଅବସରରେ ଗଣିଆ ରଘୁନାଥ ଜୀଉ ମନ୍ଦିର ରାମଦୟା ପରିଷଦ ଓ ବଜରଙ୍ଗୀ ସେନା ତରଫରୁ ଆଜି ପବିତ୍ର ରାମ ନବମୀ ଅବସରରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଭୂଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଗଣିଆ ରାମ ମନ୍ଦିର ଠାରୁ ଉକ୍ତ ଶୋଭାଯାତ୍ରା ବାହାରି ପାଟଣାସାହି ଦେଇ ବିଜୟନଗର, ବେଲପଡା,ଗଣିଆ ବଜାର,ପତଣ୍ଡା, ପୂର୍ଣ୍ଣଚନ୍ଦ୍ରପୁର, କିଶୋରପ୍ରସାଦ ଆଦି ଗ୍ରାମ ପରିକ୍ରମା କରିଥିଲା । ଜୟ ଶ୍ରୀରାମ ନାରା ଦେଇ ଯୁବକ ମାନେ ଖରାକୁ ଖାତିର ନକରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଚଉବଙ୍ଗ ଛକ ଠାରେ ଥିବା ହନୁମାନଙ୍କ ମନ୍ଦିର ଏବଂ କିଶୋର ପ୍ରସାଦ ଠାରେ ଥିବା ବିଶାଳ ହନୁମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଦୀର୍ଘ ଦୁଇ ବର୍ଷ ଧରି ଗଣିଆରେ ଯୁବଗୋଷ୍ଠୀଙ୍କ ତରଫରୁ ଏଭଳି ନିଆରା ପ୍ରୟାସ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଅଧିକ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ସେହିପରି ଗଣିଆରେ ଗତ ୫ ବର୍ଷ ଧରି ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନଦୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନେ ନିଜକୁ ରାମ, ଲକ୍ଷ୍ମଣ, ହନୁମାନ ଆଦି ବେଶରେ ସଜାଇ ଏକ ସୁସଜ୍ଜିତ ରଥରେ ଗଣିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ଗ୍ରାମ ପରିକ୍ରମା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବତ୍ ପ୍ରେମକୁ ଉଜ୍ଜିବିତ କରିବା ପାଇଁ ବିଦ୍ୟାଳୟ ତରଫରୁ ଏହା ଏକ ଛୋଟ ପ୍ରୟାସ ବୋଲି ସମ୍ପାଦକ ପଙ୍କଜ କୁମାର ସାହୁ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ରାମନବମୀ ଅବସରରେ ବିଦ୍ୟାଳୟ ତରଫରୁ ଆନନ୍ଦ ଉଲ୍ଲାସର ସହିତ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *