Header-News-Banner

ମା ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ |

0
WhatsApp Image 2026-04-02 at 5.10.33 PM


ନବରଙ୍ଗପୁର /ଝରିଗାଁ(କଳିଙ୍ଗ ଫୋକସ-ଭଜମନ ଭରତିଆ )ତା 02/04-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ସଦର ମହକୁମା ର ଛକ ଠାରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିବା ମା ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେସ ଧୁମଧାମ ଅନୁଷ୍ଠିତ ହୋଇଯାଇ |ଏହି ଉତ୍ସବ ମାର୍ଚ୍ଚ ମାସର 31ତାରିଖ ଦିନ ଆରମ୍ଭ ହୋଇ ଏପ୍ରିଲ 1ତାରିଖ ଦିନ ଶେଷ ହୋଇଛି |ପ୍ରଥମ ଦିନରେ 21ଟି କଳସ ସ୍ଥାପନ କରାଯିବା ସହିତ ରାତ୍ରିରେ ମହିମା ଧର୍ମାବଲମ୍ବୀ ମାନଙ୍କ ଦ୍ୱାରା ଧର୍ମଯଜ୍ଞ କରାଯିବା ସହିତ ରାତ୍ରିରେ ଭଜନ କୀର୍ତନର କରାଯାଇଥିଲା |ଦ୍ଵିତୀୟ ଦିନରେ ମା ତାରିଣୀଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ସହିତ ହୋମଯଜ୍ଞ ହୋଇଥିଲା |ଠିକ ସେହିପରି ଶେଷ ଦିନରେ ହୋମଯଜ୍ଞ ସାଙ୍ଗକୁ ସଂକୀର୍ତନ ର ଆୟୋଜନ ହୋଇଥିଲା |ମା ତାରିଣୀଙ୍କ ସେବକ ଆନନ୍ଦ ନାଗ ମା ରୀତିନୀତି ଅନୁସାରେ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ପାଲିଆ, ବାସୁଦେବଗୁଡା, ସୋଲାଗୁଡା, ପୂଜାରୀଗୁଡା ଓ ପୋଲୁଗୁଡା ଗ୍ରାମର ଯୁବବର୍ଗ ଓ ଜନସାଧାରଣ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ |କମିଟି ପକ୍ଷରୁ ତିନି ଦିନ ଧରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା |ଶେଷ ରଜନୀରେ ଜନସାଧାରଣଙ୍କ ମନରଞ୍ଜନ ପାଇଁ ଦୁଇଗୋଟି ଦେଶିଆ ନାଟକ ଆୟୋଜନ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *