Header-News-Banner

ଗାଁ ରେ ଗୁଟୁଖା ,ସିଗାରେଟ୍ ,ମଦ , ଖାଇବା, ବିକ୍ରି, କରିବାରେ ପ୍ରତିବନ୍ଧକ ଲଗେଇଲେ ମହିଳା

0
WhatsApp Image 2026-04-02 at 5.10.13 PM

ମଦ,ପୁଡିଆ ଖାଇଲେ ଘରକୁ ପଶିବା ମନା

ନାରାୟଣପାଟଣା,୨/୪(ମିଲନ ଦାସ )- ମଦ ,ଗୁଡୁଖା ,ସିଗାରେଟ୍ , ଗଂଜେଇ,ପୁଡିଆ ,ଭାଙ୍ଗ ଖାଇ ଯିଏ ଆସିବ ତାକୁ ଗାଁ ରୁ ତଡାଯିବ। ଗାଁ ରେ ପ୍ରବେଶ କରାଇ ଦିଆଯିବ ନି । ଗାଁ ବାହାରେ ରହିବ ।ଆଜିଠୁ ଗାଁ ରେ ମଦ ବିକ୍ରି ବନ୍ଦ ,।ପୁଡିଆ ,ଗୁଟୁଖା,ସିଗାରେଟ୍ ,ଭାଙ୍ଗ ,ପରି ମାଦକ ଦ୍ରବ୍ୟ ବିକ୍ରି କରିବାରେ କଟକଣା ଲଗେଇଛି ଗାଁ ମହିଳା । ଗାଁ ରେ ଥିବା ଦୋକାନ କୁ ପ୍ରତିବନ୍ଧକ ସହ ଚରମ ବାଣି ଶୁଣେଇ ଛନ୍ତି ।ଆଗକୁ ଦୋକାନରେ କୈଣସି ପ୍ରକାରର ମାଦକ ଦ୍ରବ୍ୟ,ପୁଡିଆ ,ଗୁଟୁକା ,ସିଗାରେଟ୍ ,ମଦ , ଗଂଜେଇ ବିକ୍ରି କରାଯିବନି।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳି ପଦର ପଂଚାୟତର ସଦରରେ। ଗାଁ ର ୫୦ ରୁ ଅଧିକ ମହିଳା ସଦଳବଦଳ ହେଇ ଘର ଘର ବୁଲି ସଚେତନ କରିଛନ୍ତି।ନା ନିଜେ ଖାଇବୁ ,ନା କାହାକୁ ଖାଇବାକୁ ଦେବୁ ।ଯିଏ ଖାଇ ଗାଁ ରେ ପ୍ରବେଶ କରିବ ,ତାକୁ ଗାଁ ରୁ ବାହାର କରାଯିବ ।ଏପରି ପ୍ରଥମେ ଘର ଘର ବୁଲି ପରିବାର କୁ ନିବେଦନ କରି ସଚେତନ କରିଛନ୍ତି ତେନ୍ତୁଳି ପଦର ପଂଚାୟତର ସଦରରେ ୫୦ ରୁ ଅଧିକ ମହିଳା ।ଦୋକାନରେ ବିକ୍ରି କରିବା କୁ ଚରମ ବାଣୀ ଶୁଣେଇବା ସହ ସଚେତନ କରି ସମସ୍ତ ଙ୍କୁ ନିବେଦନ କରିଛନ୍ତି।ତମାଖୁ ମୁକ୍ତ ,ମଦ ମୁକ୍ତ ,ସିଗାରେଟ୍ , ଗଂଜେଇ ପରି ମାଦକ ମୁକ୍ତ କରି ନିଜ ଗାଁ ନିଜ ମାଟି ନିଜ ପଚାୟତ କୁ ସ୍ଵଛ ସରଳ ସୁନ୍ଦର କରିବା ଲକ୍ଷରେ ପାଦ କାଢି ସଚେତନ ଏକ ସୁନ୍ଦର ବାର୍ତା ସମାଜକୁ ଦେଇଛନ୍ତି।ଏ ଖବର ଜାଣିବା ପରେ ଖୋଦ୍ ତେନ୍ତୁଳି ପଦର ପଂଚାୟତର ସରପଂଚ ମହିଳା ଙ୍କୁ ପ୍ରଶଂସା କରି ସାଧୁତାବାଦ ଜଣାଇଛନ୍ତି।ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ବିଡିଓ ବିକ୍ରମ ଦୋରା , ତହସିଲଦାର ପ୍ରଭାତୀ ଝଡିଆ,ଥାନା ଅଧିକାରୀ ମମତା ପଣ୍ଡା ଏ ବିଷୟ ଜାଣିବା ପରେ ସଚେତନ କରିବା ଗାଁ ସୁନ୍ଦର ରଖିବା ପାଇଁ ମହିଳା ଙ୍କ ଉଦ୍ୟମ କୁ ବି ସାଧୁତା ବାଦ ଦେଇଛନ୍ତି ‌। ଗାଁ ରେ ବର୍ତମାନ ବେକାରୀ ସଂଖ୍ୟା ବଢ଼ି ଚାଲିଛି । ଆଦି ବାସୀ ଯୁବକ ପାଠ ସାଠ ପଢି ବେକାର ହୋଇ ଘରେ ରହି ଅସାମାଜିକ କାମରେ ଯାଉଛନ୍ତି।ଘରୁ ଟଙ୍କା ନେଇ ମାଦକ ଦ୍ରବ୍ୟ କିଣି ନିଜକୁ ନଷ୍ଟ କରୁଛନ୍ତି।ଯୁବ ପୀଢୀ ଙ୍କ ଭବିଷ୍ୟତ ଅନ୍ଧାର ।ଏହାର ପ୍ରଭାବ ପରିବାର ମୁରବୀ ଉପରେ ପଡୁଛି ।ଘରେ ଝଗଡା ହେଉଛି । ଅସନ୍ତୋଷ ବଢୁଛି ।କିଛି କଷ୍ଟ କରି ଦି ଟଙ୍କା ରୋଜଗାର କରିବା ,ପରିବାରର ଚଳେଇବା ଚିନ୍ତା ନକରି ପଥ ଭ୍ରଷ୍ଟ ହୋଇ ମାଦକ ଦ୍ରବ୍ୟ ବ୍ୟବହାର ଯୋଗୁ ବହୁ ଯୁବକଯୁବତୀ ରୋଗ ରେ ଆକ୍ରାନ୍ତ ହେବା ସହ‌ ଅସୁସ୍ଥ ହୋବା ଗାଁ ର ପାଇଁ ଅଶୁଭ ଓ ଆଗାମି ଦିନରେ ଏହା ଭୟଙ୍କର ରୂପ ନେବ ବୋଲି କହିଛନ୍ତି ମହିଳା ।ତେଣୁ ଘର ଘର ବୁଲି, ସମସ୍ତ ଙ୍କୁ ନିଶା ବାରଣ କରାଯାଇଛି ।ଆଗକୁ ସବୁ ମହିଳା ପାଳି କରି ଗାଁ ଜଗିବୁ ବୋଲି କହିଛନ୍ତି।ତେବେ ମହିଳା ମାନଙ୍କ ମଧ୍ୟରେ ଏପରି ନିଶା ନିବାରଣ ର ସଚେତନ ବାର୍ତ୍ତା ଘଟଣା କୁ ବିଭିନ୍ନ ଦିଗରୁ ପ୍ରଶଂସା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *