Header-News-Banner

ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ଠାରେ ଉପ ଖଣ୍ଡ ସ୍ତରୀୟ

0
WhatsApp Image 2026-04-02 at 1.01.50 PM

ଉତ୍କଳ ଦିବସ ୨୦୨୬ପାଳିତ।
ଧର୍ମଗଡ ରୁ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ ଫୋକସ
    
ଆଜି ଏକ ଅବିସ୍ମରଣୀୟ ଦିବସ । ୯୧ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ପରିପ୍ରେକ୍ଷୀରେ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ପରିସରରେ ୯୧ ତମ ଓଡିଶା ଦିବସ ୨୦୨୬ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲ (ଭା ପ୍ର ସେ,)ଉପ ଜିଲ୍ଲାପାଳ ଧର୍ମଗଡ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,(ଓ ପ୍ର ସେ )ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, (ଓ ପ୍ର ସେ) ଡେପୁଟି କଲେକ୍ଟର ଅମିତ କୁମାର ବେହେରା,ବିଶିଷ୍ଟ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ,ଅବସର ପ୍ରଫେସର ଶ୍ରୀଯୁକ୍ତ ସତ୍ୟ ପଟ୍ଟ ନାୟକ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ମହାନ୍ତି ,ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପାଟ ଯୋଶୀ,ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନିଷା ମିଶ୍ର ମୁଣ୍ଡ ,ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ,ମଞ୍ଚାଷିନ ଥିଲେ। ପ୍ରଥମେ ଓଡିଶାର ମହାପୁରୁଷ ମାନଙ୍କର ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା  ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ  ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ମଞ୍ଚାଷିନ ଅତିଥି ମାନେ ଓଡିଶା ଦିବସ ବିଷୟରେ ଓ ଓଡିଶା ବରପୁତ୍ର ମାନଙ୍କ ତ୍ୟାଗ, ଓ ବଳିଦାନ, ବିଷୟରେ ନିଜ ନିଜ ଅଭିଭାଷଣ ରେ ମତ ପ୍ରଦାନ କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ ପ୍ରଧ୍ୟାପକ ମାଧବ ଲହଜଲ ମଞ୍ଚ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *