ପଲ୍ଲୀସଭା ଓ ଗ୍ରାମସଭା ନକରିବାକୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ |
ନବରଙ୍ଗପୁର /ଝରିଗାଁ(କଳିଙ୍ଗ ଫୋକସ-ଭଜମନ ଭରତିଆ )ତା 02/04-ପଲ୍ଲୀସଭା ଓ ଗ୍ରାମସଭା ନକରିବା ପାଇଁ ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଉକ୍ତ ଦାବିପତ୍ରରେ ଝରିଗାଁ ସରପଞ୍ଚ ସଙ୍ଘ ଦର୍ଶେଇଛି କି, ନୂତନ ସରକାର ଆସିଲା ପରଠାରୁ ସେମାନେ ପ୍ରତି ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା କରି ଆସୁଛନ୍ତି |ହେଲେ ଗ୍ରାମସଭା ଓ ପଲ୍ଲୀସଭାରେ ଯେଉଁ କାର୍ଯ୍ୟ ଖସଡ଼ା ତିଆରି ହେଉଛି, ପରବର୍ତୀ ସମୟରେ ତାହା ବଦଳେଇ ଦିଆଯାଉଛି |2025-26 ଆର୍ଥିକ ବର୍ଷରେ ବିଜିବିଓ ପାଇଁ ଗ୍ରାମସଭା ମାଧ୍ୟମରେ ପ୍ରୋଜେକ୍ଟ ଲିଷ୍ଟ ଦିଆଯାଇଥିଲା କିନ୍ତୁ ଅପ୍ରୋଭାଲ ଲିଷ୍ଟରେ ପ୍ରୋଜେକ୍ଟ ଗୁଡିକୁ କଟାଯାଇ ନୂତନ ପ୍ରୋଜେକ୍ଟ ଦିଆଯାଇଛି ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି |ତେଣୁ ଆଗାମୀ ଦିନରେ ପଲ୍ଲୀସଭା ଓ ଗ୍ରାମସଭାକୁ ବର୍ଜନ କରିବେ ବୋଲି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ଏହି ଦାବୀପତ୍ରଟି ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା ସୂଚନା ରହିଛି |ଏହି ଦାବୀକୁ ଝରିଗାଁ ସମିତି ସଭ୍ୟ/ସଭ୍ୟା ମାନେ ମଧ୍ୟ ସମର୍ଥନ ଜଣେଇଥିବା ସୂଚନା ମିଳିଛି |