ବେଳପାଣି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ l
ଯୁଯୋମୁରା, ୨/୪/୨୬, ଗଡ଼ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଳପାଣି ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଙ୍କ ନା ରେ ବିଦ୍ୟାଳୟ ପରିଚାଳନା କମିଟି ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କୀର୍ତ୍ତନ ଝାଙ୍କର ଧୀର୍ଘ ଦିନ ଧରି ବିଦ୍ୟାଳୟରେ ଆବାସ୍ଥାପିତ ରହି ମନମୁଖୀ କାର୍ଯ୍ୟ କରି ଚାଲିଛନ୍ତି l ବିଦ୍ୟାଳୟ ପରିଚାଳନା କମିଟି କୁ କେବେ ହେଲେ ବୈଠକ କୁ ଡାକୁ ନାହାନ୍ତି କି ବିଦ୍ୟାଳୟ କୁ ଆସୁଥିବା କୌଣସି ଅର୍ଥର ବିବରଣୀ ପ୍ରଦାନ କରୁ ନାହାନ୍ତି କି କମିଟି ର ସଭାପତି ଙ୍କ କୌଣସି ଦସ୍ତଖତ କରାଉ ନାହାନ୍ତି l ବିଦ୍ୟାଳୟକୁ ଆସୁଥିବା ଅର୍ଥକୁ ଜାଲିଆତି କରି ଆତ୍ମସାତ କରୁଛନ୍ତି l ସରକାରୀ ନିୟମ ରେ ପିଲାଙ୍କୁ ମାଣ୍ଡିଆ ଲଡ଼ୁ ଦେବା କଥା ତାହା ପ୍ରାୟ ପିଲାଙ୍କ ଦିବା ସ୍ବପ୍ନ ଆଉ ଅଣ୍ଡା ବଦଳରେ ଡାଲିପାଣି ପିଲାଙ୍କୁ ଦେଉଛନ୍ତି l ବିଦ୍ୟାଳୟ କୁ କେବେ ବି ସମୟରେ ଆସନ୍ତି ନାହିଁ ହେଲେ ଛୁଟି ହେବା ପୂର୍ବରୁ ଚାଲି ଯାଆନ୍ତି l ପିଲାଙ୍କ କହିବା ରେ ଝାଙ୍କର ଆଂଜ୍ଞା ପ୍ରାୟ ମାଦକ ଦ୍ରବ୍ୟ ସେବନ କରି ବିଦ୍ୟାଳୟକୁ ଆସନ୍ତି, ପାଠ କମ ପଢ଼ାନ୍ତି ଆଉ ବେଶୀ ସମୟ ମୋବଇ ଫୋନ ରେ ବାର୍ତାଳାପ କରୁଥିବା ପିଲାଙ୍କ ମୁଖରୁ ପ୍ରକାଶ l ବିଦ୍ୟାଳୟ କମିଟି ତଥା ଗ୍ରାମବାସୀ ଦେଇଥିବା ଅଭିଯୋଗ କୁ ବିଇଓ ଗ୍ରହଣ କରି ତାର ଉପରେ ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି l ବିଦ୍ୟାଳୟ ଭଳିଆ ମନ୍ଦିର କୁ ପ୍ରଧାନ ଶିକ୍ଷକ ହୋଇ ଯଦି ଏ ଭଳି ଶିକ୍ଷ୍ୟାଦାନ ମଦ୍ୟପାନ କରି ଆସୁଛନ୍ତି ତା ହେଲେ ସେ ଯେଉଁ ପ୍ରକାରର ଶିକ୍ଷ୍ୟାଦାନ କରୁଥିବେ ତାହା ଜଳଜଳ ହୋଇ ଜଣା ପଡୁଛି l ସେ ସେହି ବିଦ୍ୟାଳୟ ରେ ଦୀର୍ଘ ଦିନ ହେଲା ଶିକ୍ଷକତା କରୁଥୁବାରୁ ତାଙ୍କର ଏକ ପ୍ରକାର ଅଧିପତ୍ୱ ବିସ୍ତାର କରିଛନ୍ତି ବୋଲି ଲୋକେ ଅଭିଯୋଗ କରି ତାଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ସକାଶେ ଦାବି କରିଛନ୍ତି l ବାକି ରହିଲା ପ୍ରଶାସନର ପଦକ୍ଷେପ କଣ ?