Header-News-Banner

ଚମ୍ପୁଆରେ ଅବୈଧ ମଦ ଜବତ, ୪ ଜଣ ଗିରଫ

0
WhatsApp Image 2026-04-04 at 11.16.24 AM

ଚମ୍ପୁଆ: ଚମ୍ପୁଆ ଥାନା ପୋଲିସ ଅବୈଧ ମଦ ବ୍ୟବସାୟ ବିରୋଧରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ Champua P.S. Case No. 124/2026 ଓ 125/2026 ରେ ମାମଲା ରୁଜୁ କରାଯାଇଛି।
ପୋଲିସ ଚଢ଼ାଉ ସମୟରେ ୨୫ ଲିଟର ବିଦେଶୀ ମଦ ଓ ୩୮ ଲିଟର ଆଇଡି (ଅବୈଧ ତିଆରି) ମଦ ଜବତ କରିଛି। ସେହିପରି ଦୁଇଟି ମୋଟରସାଇକେଲ — Hero HF Deluxe (JH-06-N-1320) ଓ Bajaj Pulsar 220F (OD-09S-5088) ମଧ୍ୟ ଜବତ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଯୋଗେଶ୍ୱର ହାଇବୁରୁ (୨୮), ଚୈତନ ଗୋପେ (୨୯), ରାଜେଶ ପ୍ରଧାନ (୨୬) ଓ ବାବୁଲୁ ଡିଗି (୨୫)। ସେମାନେ ଝାରଖଣ୍ଡର ପଶ୍ଚିମ ସିଂହଭୂମ ଓ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।
ଏହି ଚଢ଼ାଉ SI ଭଜରାଜ ସାହୁଙ୍କ ନେତୃତ୍ୱରେ Hav/874 ଲକ୍ଷ୍ମୀଧର ସେଠୀ, C/877 ସୁଶିଲ କୁମାର ଆମନ୍ତ, C/569 ସସ୍ମିତା ପ୍ରଧାନ, OAPF/80 ବାହାଦୁଳା ମୁଣ୍ଡା ଓ OAPF/82 ଦେବାନନ୍ଦ ମୁଣ୍ଡା ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନଙ୍କ ଯୋଗଦାନରେ କରାଯାଇଥିଲା।
ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *