Header-News-Banner

ସ୍ବାମୀ ଦଶ ବର୍ଷ ହେଲା ନିଖୋଜ ପରେ ତିନି ପରିବା ୧୦କିଲୋ ଚାଉଳରେ ଚଳିବା କଷ୍ଟକର

0
WhatsApp Image 2026-04-04 at 6.02.14 PM

ଧର୍ମଗଡ (ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ ଫୋକସ ):

ସ୍ଵାମୀ ଦଶ ବର୍ଷ ହେଲା ନିଖୋଜ ପରେ ତିନି ପରିବାର ଚଳିବାରେ ବହୁ କଷ୍ଟ ବୋଲି ଲବଣୀ ହଂସ ଦୁଃଖର ସହିତ କହିଛନ୍ତି , ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଅମଠା ଗ୍ରାମର ଲବଣୀ ହଂସ ଙ୍କ ସ୍ଵାମୀ ଦୂଲ୍ଲଭ ହଂସ ଘରୁ ବାହାରକୁ ଚାଳି ଯାଇ ଆଜକୁ ଦଶ ବର୍ଷ ପରେ ବି ତାଙ୍କର ଖୋଜ ଖବର ପାଇ ପାରୁ ନାହିଁ, ଏ ନେଇ ଦଶ ପୁର ପୁଲିସ ଫାଣ୍ଡିରେ ଗତ ବର୍ଷ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ପୋଲିସ ପକ୍ଷରୁ ମଧ୍ୟ ସୁଚନା ପାଇ ପାରୁ ନାହିଁ, ଏହା ଫଳରେ ଗୋଟିଏ ପୁଅ ଓ ଝିଅ ଙ୍କୁ ସରକାରଙ୍କ ଦଶ କିଲୋ ଚାଉଳରେ ଜୀବନ ଅତିବାହିତ କରିବା କଷ୍ଟକର ବୋଲି ଲବଣୀ ମାଝୀ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି, ଗୋଲାମୁଣ୍ଡା ବିଡିଓ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ହାତ ଯୋଡ଼ି ଅନୁରୋଧରେ ଜଣାଇ ଥିଲେ ଯେ ମୋତେ ଅନ୍ତ ଦ୍ବୟ ଚାଉଳରେ ୩୫ କିଲୋ ଚାଉଳରେ ସାମିଲ କରା ଯାଏ ତେବେ ପରିବାର ଜୀବନ ଯାପନ କରି ପାରିବୁ, ନ ହେଲେ ଦୁଇଟି ଛୁଆକୁ ନେଇ ବାହାର ଦେଶ କୁ ଚାଲି ଯିବୁ, ଦୈନିକ କୁଲି ମଞ୍ଜୁରୀ ମିଳୁ ନାହିଁ, କୁଳି ମଞ୍ଜୁରୀ କଲେ ଚୁଲି ଜଳେ,ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ, ଲବଣୀ ମାଝୀ, ଓ ତାଙ୍କ ଶଶୁର ଗୁରୁବାରୁ ହଂସ ସମାଜ ସେବୀ ଉଦିଆ ନିଆଲ, ଓ ବ୍ରଜ ହଂସ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ଗୋଲାମୁଣ୍ଡା ଙ୍କୁ ଅନୁରୋଧ କରିଛନ୍ତି,

Spread the love

Leave a Reply

Your email address will not be published. Required fields are marked *