Header-News-Banner

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ,ଟଙ୍କା ଅଳଙ୍କାର ଓ ଜମି କାଗଜ

0
WhatsApp Image 2026-04-07 at 10.47.06 AM

ଜବତ-ଖଇରା,୭/୪ ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ ଦେଖିବାକୁ ମିଳିଛି ।ମଙ୍ଗଳବାର ସକାଳେ ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଥିବା ବେଳେ ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧିନ ମୁସ୍ତଫାବାଦ ଗ୍ରାମର ଗୋରୁବ୍ୟବସାୟୀ ମେହବୁବ୍ ଖାଁଙ୍କ ଘରେ ସିମୁଳିଆ ଓ ଖଇରା ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ମେହବୁବଙ୍କ ଅନୁପସ୍ଥିତିରେ ତାଙ୍କ ଘରୁ ନଗଦ ୧୨ଲକ୍ଷ ୪୮ହଜାର୩୫୦ ଟଙ୍କା,ଜମି କାଗଜ,ବ୍ୟାଙ୍କ ପାସବୁକ,ଅଳଙ୍କାର ଜବତ କରାଯାଇଛି । ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ଖଇରା ର ଅତିରିକ୍ତ ତହସିଲଦାର ସଞ୍ଜିବ ପାତ୍ର ଓ ସିମୁଳିଆ ଥାନା ଆଇଆଇସି ଦେବରାଜ ଜେନାଙ୍କ ନେତୃତ୍ବରେ କରାଯାଇଥିବା ଏହି ଚଢାଉରେ ଖଇରା ଥାନା ଆଇଆଇସି ଜନ ପଟ୍ଟନାୟକ,ଜିଲା ସାଇବର ସେଲର ମୀନା ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଧାନବିକ୍ରୀ ଓ ଛେଳି ବିକ୍ରି କରି ଟଙ୍କା ରଖିଥିବା ବେଳେ ନାତୁଣି ବାହାଘର ପାଇଁ ଏହି ଗହଣା କିଣାଯାଇଥିଲା ବୋଲି ମେହେବୁବଙ୍କ ବାପା ସିରାଜୌଦ୍ଦିନ ଖାଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *