ବରିଷ୍ଠ ଶିଶୁ ସାହିତ୍ୟିକ ଓ କବି ନଳିନୀ କାନ୍ତ ପାଢ଼ୀ ସମ୍ବର୍ଦ୍ଧିତ।
ବାଲିଆପାଳ ୭/୪ (ଜ୍ୟୋତିରଞ୍ଜନ ପଟ୍ଟୟତ):ନିଖିଳ ଉତ୍କଳ ପରଶ ମଣି ଶିଶୁସାହିତ୍ୟ ଅନୁଷ୍ଠାନ ତରଫରୁ ଆୟୋଜିତ ଶିଶୁ ପତ୍ରିକା ସମ୍ପାଦକ ସମ୍ମେଳନ ଜୟଦେବ ଶିକ୍ଷକେନ୍ଦ୍ର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ବାଲିଆପାଳର ଶିଶୁ ସାହିତ୍ୟିକ ନଳିନୀ କାନ୍ତ ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସେ ଶିଶୁପତ୍ରିକା ପତଙ୍ଗ ସମ୍ପାଦନା କରନ୍ତି l ଆୟୋଜିତ ସଭାରେ ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁସାହିତ୍ୟିକ ନରେନ୍ଦ୍ର ନାଥ ଦାସ ପୌରାହିତ୍ୟ କରିଥିଲେ l ମୁଖ୍ୟ ଅତିଥି ଭାବେ ସୁପ୍ରସିଦ୍ଧ ଶିଶୁସାହିତ୍ୟିକ ଡ଼ ମହେଶ୍ୱର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟ ଗବେଷକ ଡ଼ ମନୀନ୍ଦ୍ର ମହାନ୍ତି, ବରେଣ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ବରେନ୍ଦ୍ର କୁମାର ସାମନ୍ତରାୟ, ସଂସାର ପତ୍ରିକାର ସମ୍ପାଦିକା ଅନସୂୟା ନନ୍ଦ, ପରଶମଣି ଶିଶୁ ସାହିତ୍ୟ ଅନୁଷ୍ଠାନର ସଭାପତି ଡ଼ ରାମଚନ୍ଦ୍ର ଦେଓ, ସମ୍ପାଦକ ସୁଶାନ୍ତ କୁମାର ସେନାପତି ଯୋଗ ଦେଇ ଶିଶୁପତ୍ରିକାର ବିଭିନ୍ନ ସମସ୍ୟା, ଗତିଶୀଳତା, ପରିବୃଦ୍ଧି ଉପରେ ଆଲୋଚନା କରିଥିଲେ l ଡ଼ ରାମଚନ୍ଦ୍ର ଦେଓ ଓ ସୁଶାନ୍ତ କୁମାର ସେନାପତିଙ୍କ ସମ୍ପାଦିତ “ସମ୍ପାଦକୀୟ ଡାଏରୀ ” ଓ ଶିଶୁ ସାହିତ୍ୟିକ କବି ନଳିନୀ କାନ୍ତ ପାଢ଼ୀଙ୍କ ରଚିତ ଶିଶୁ -କିଶୋର କବିତା ପୁସ୍ତକ “ଗାଁ ରେ ବସିଛି ବଜାର “, ସୁକାନ୍ତ ପଣ୍ଡାଙ୍କ ସମ୍ପାଦିତ “ଶିଶୁ ସମାଚାର “ଉନ୍ମ୍ମୋଚିତ ହୋଇଥିଲା l ଶେଷରେ ସୁଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l