Header-News-Banner

ଧର୍ମ ପରାୟଣ ବ୍ୟକ୍ତି ପବିତ୍ରାନନ୍ଦ ଦେହୁରୀଙ୍କ ପରଲୋକ

0
WhatsApp Image 2026-04-07 at 7.29.07 PM

କଣ୍ଟାମାଳ:୦୭୦୪:୨୦୨୬ (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ଗ୍ରାମର ଧର୍ମପରାୟଣ ବ୍ୟକ୍ତି ପବିତ୍ରା ନନ୍ଦ ଦେହୁରୀ ଙ୍କ ୧୦୨ବର୍ଷ ବୟସ ରେ ମଙ୍ଗଳ ବାର ଅପରାହ୍ନ ସମୟରେ ମୃତ୍ୟୁ ଘଟିଛି |ମୃତ୍ୟୁ ଖବର ଶୁଣିବାପରେ ଅଂଚଳର ଜନ ସାଧାରଣ ବନ୍ଧୁ, ପରିଜନ ମାନେ ଶେଷ ଦର୍ଶନ କରିଥିଲେ l ଶ୍ରୀ ଦେହୁରୀ ତୁର୍କା ପ୍ରଗଣାର ରାଇଜ ଦେହୁରୀ ଭାବରେ ବ୍ରତି ଥାଇ ଘଣ୍ଟାପଡା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କଲେଜ, ପୋଷ୍ଟ ଅଫିସ, ପଂଚାୟତ, ପ୍ରାଥମିକ କୃଷି ସମବାୟ ସମିତି, ଥାନା,ଭଳି ସଙ୍ଘଠନ ମାନ ସ୍ଥାପନରେ ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହି ଆସି ଥିଲା l ସେ ଗ୍ରାମ ପଂଚାୟତ ଅଫିସ ରେ, ସମବାୟ ସମିତ ରେ ସମ୍ପାଦକ ଭାବେ, ଥାନାରେ ହୋମଗାର୍ଡ, ପୋଷ୍ଟ ଅଫିସରେ ପିଅନ ଭାବରେ କାର୍ଯ୍ୟ କରିଥିଲେ l ତାଙ୍କ ବିୟୋଗ ସମୟରେ ତାଙ୍କ ପରିବାର ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ | ପୁଅ ଜୟ କୁମାର ଦେହୁରୀ ମୁଖାଗ୍ନି ଦେଇଥିବା ବେଳେ ତାଙ୍କର ସମସ୍ତ ପୁଅ, ନାତି ମାନେ ଗାଁ ମଶାଣିରେ ଉପସ୍ଥିତ ରହି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ l ତାଙ୍କ ବିୟୋଗ ରେ ଘଣ୍ଟାପଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି l

Spread the love

Leave a Reply

Your email address will not be published. Required fields are marked *