Header-News-Banner

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ଜବତ, ୦୩ ଗିରଫ ।

0
WhatsApp Image 2026-04-15 at 6.54.00 PM

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ନୂଆଗାଁ, ବନ୍ଧସାହି, ଗୋପୀନାଥପୁର ଓ ପୁରୁଷୋତ୍ତମପୁର ଗ୍ରାମରେ ଚଢ଼ାଉ କରାଯାଇ ୩୪୫ ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ଗୁଡ଼ ପୋଚ ଜବତ କରାଯିବା ସହିତ ଗୋପୀନାଥପୁର ଗ୍ରାମର ଲକ୍ଷ୍ମଣ ଜେନା ଓ ମିନତୀ ଜେନା ଏବଂ ପୁରୁଷୋତ୍ତମପୁର ଗ୍ରାମର ସୁମିତ୍ରା ମଲ୍ଲିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ଶଶୀକାନ୍ତ ସାହୁ, ଦେବାଶିଷ ମଲ୍ଲିକ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *