ପଶ୍ଚିମ ଓଡ଼ିଶାର ଅତି ପୁରାତନ କଳା ସଂସ୍କୃତି ତଥା ଐତିହ୍ୟସ୍ଥଳୀ ହରିଶଙ୍କର ଭୌରୋ ମନ୍ଦିର ପାର୍ଶ୍ଵରେ ଥିବା କାଳ ଭୌରୋ ମୃର୍ତ୍ତି କୁ ଦୁବୁର୍ତ୍ତିମାନେ ଛାଡିଲେ ନାହିଁ ଭାଙ୍ଗିଦେଲେ
ପାଟଣାଗଡ-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରୁ ମାତ୍ର ୧୩ କିଲୋମିଟର ଦୂର ଗନ୍ଧମାର୍ଦ୍ଧନ ପାହାଡ଼ ପାଦଦେଶରେ ଅତି ପୁରାତନ କଳା ସଂସ୍କୃତିରେ ଭରା ହରିଶଙ୍କର ର ଭୌରୋ ମନ୍ଦିର ପାର୍ଶ୍ଵରେ ଥିବା କାଳଭୌରୋ ମୂର୍ତ୍ତି ଦୁବୃର୍ତ୍ତ ଙ୍କ ଦ୍ୱାରା ଭଙ୍ଗାଯିବା ଘଟଣା ଅତି ଚର୍ଚ୍ଚାର ବିଷୟ ହୋଇଛି । କାଳାନ୍ତକ ଭୈରବକାଳଭୈରୋମୂର୍ତ୍ତି ଭଙ୍ଗା
ପାଖାପାଖି ୨ୟ ଶତାବ୍ଦୀ ର ବୌଦ୍ଧ ପରମ୍ପରା କୁ ଜଣାଉଛି । ଏହା ସମୃଦ୍ଧ ପରିମଲଗିରି ବିଶ୍ୱବିଦ୍ୟାଳୟ ର କୁଳପତି ବିଶିଷ୍ଟ ରସାୟନ ବିତ ଆଚାର୍ଯ୍ୟ ନାଗାର୍ଜୁନ ଙ୍କର ଗୁରୁ କାଳାନ୍ତକ ଭୈରବ/କାଳ ଭୈରବ/କାଳ ଭୈରୋ ଙ୍କର ମୂର୍ତ୍ତି ଯାହାକି ଦୁଇଟି ଧର୍ମ ବୌଦ୍ଧ ଏବଂ ଶୈବ ଧର୍ମ ର ଆଧାର ଥିଲା ।ସେହି ମୂର୍ତ୍ତିକୁ କୌଣସି ଦୁବୃତ୍ତ ଭାଙ୍ଗି ଦେଇ ତାହାର ପରିଚୟକୁ ନଷ୍ଟ କରିବା ପାଇଁ ହିନ ଚେଷ୍ଟା କରିଛି । ଯାହାକି ସବୁ କୋସଲ ବାସୀ ଙ୍କର ଧରୋହର ସଂସ୍କୃତି ପରମ୍ପରା କୁ ଆଘାତ ପାଇଛି । ଏହାର ସୁରକ୍ଷା ବହୁତ ଜରୁରୀ ଅଟେ । ଏହାର ପ୍ରଶାସନିକ ଅନୁସନ୍ଧାନ ନିହାତି ଦରକାର । ତାହାର ସଙ୍ଗେ ସଙ୍ଗେ ଦେବୋତ୍ତର ବିଭାଗ ତରଫ ରୁ CCTV କେମେରା ର ବ୍ୟବସ୍ଥା କରି ସୁରକ୍ଷା ଦୃଷ୍ଟିରୁ କଡାକଡ଼ି କରିବାକୁ ଅନୁରୋଧ । ଏଥି ସହିତ ଆମର ଅଞ୍ଚଳର ବୁଦ୍ଧିଜୀବୀ, କଳା ପ୍ରେମି,ସଂସ୍କୃତି ପ୍ରେମୀ ,ସମାଜସେବୀ, ଭକ୍ତ ସମସ୍ତଙ୍କୁ ଅନୁରୋଧ ଯେ ଏହି ଦୁଃଖର ଘଟଣା ଲାଗି ପ୍ରତିବାଦ କରୁନ ।