ପୋଖରୀ ଆଉ କୁଟା ଗଦାରୁ ମିଳୁଛି ପୂଳା ପୁଲା ମଦ।
ଏରସମା:-(ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) ଏରସମା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢ଼ିବାରେ ଲାଗିଛି।ଏରସମା ବ୍ଲକ ଗଡହରିଶପୂର୍ ଗ୍ରାମର ହରିପଦ ତୋଳା ନାମକ ବ୍ୟକ୍ତି ଚୋରା ମଦ ବିକ୍ରି କରୁଥିବା ଜାଣି ଝାଂଶୀରାଣୀ ସଂଗଠନର ମହିଳାମାନେ ବିରୋଧ କରିଥିଲେ।ଯାହା ଫଳରେ ହରିପଦ ତୋଳା ଓ ତାଙ୍କ ସ୍ତ୍ରୀ ମହିଳା ମାନଙ୍କୁ ଖରାପ ବ୍ୟବହାର କରିବା ସହିତ ମାରିବାକୁ ଧମକ ଦେଇଥିଲେ।ଏମିତିକି ହରିପଦ ତୋଳାଙ୍କ ସ୍ତ୍ରୀ ମହିଳା ଙ୍କ ହାତମୋଡ଼ି ଦେଇଥିଲେ ବୋଲି ସଂଘ ର ମହିଳା ପ୍ରକାଶ କରିଛନ୍ତି।ମହିଳା ମାନେ ତୁରନ୍ତ ଏରସମା ପୋଲିସ୍ କୁ ଖବର ଦେଇଥିଲେ।ଏରସମା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରାଙ୍କ ନେତୃତ୍ୱ ରେ ଏସ ଆଇ (SI) ପ୍ରମୋଦ କୁମାର ରାୟ ଓ କନେଷ୍ଟବଳ ତ୍ରିନାଥ ଭୋଳ,ସାମଲ ସନ୍ତୁ ସହ ଏକ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ମହିଳାମାନେ ଠେଙ୍ଗା ବାଡ଼ି ଧରି ପୋଖରୀ ଭିତରକୁ ଖୋଜା ଖୋଜି କରିବା ସହିତ ବାରି ଘର ସବୁ ଖୋଜି ବୁଲିଲେ। ଜାଲରେ ବନ୍ଧା ହୋଇ ପୋଖ…