ଶବ ସତ୍କାର କଲେ ସମାଜସେବୀ ଏବଂ ସାମ୍ବାଦିକ -ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ମୃତ୍ୟୁ ବେଳକୁ ଜାତି ଭାଇ କି ଗ୍ରାମବାସୀ କେହି କାନ୍ଧ ଦେଲେନି
ପାଟଣାଗଡ- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଗଙ୍ଗାସାଗର ପଞ୍ଚାୟତ ଅନ୍ତର୍ଗତ ବେହେରାବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବାବେଳେ ଆଧୁନିକ ଯୁଗରେ ମଧ୍ୟ କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି | କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛି | ଅନ୍ୟ ଜାତିରେ ବିବାହ କରିବା କଣ ଭୁଲ ? ଅନ୍ୟ ଜାତିରେ ବିବାହ କରିବା କଣ ପାପ ? ମଣିଷକୁ କଣ ଏଇଥି ପାଇଁ ଶ୍ରେଷ୍ଠ ଜୀବ କୁହାଯାଏ ? ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତର ବେହେରାବନ୍ଧ ଗ୍ରାମରେ | ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ପୁଟୁ ମଲ୍ଲିକଙ୍କ ଗତ କାଲି ସନ୍ଧ୍ୟା ରେ ମୃତ୍ୟୁ ହୋଇଛି | ତାଙ୍କର ସ୍ତ୍ରୀ ଅନ୍ୟ ଜାତିର ଏବଂ ବିଗତ ଦୁଇ ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଛି | ବର୍ତମାନ ତାଙ୍କର ପୁଅ କେହି ନାହାନ୍ତି,କେବଳ ଝିଏ ଟିଏ ସେ ମଧ୍ୟ ବାହା ହୋଇ ସାରିଛନ୍ତି | ମୃତ୍ୟୁ ସମୟରେ ତାଙ୍କର ଶବକୁ ଚାରି କାନ୍ଧ ଦେବାକୁ, ଶବ ସତ୍କାର କରିବାକୁ ନିଜ ସମ୍ପର୍କୀୟ କିମ୍ବା ଗାଁ ଲୋକ ମଧ୍ୟ କେହି ବାହାରିଲେ ନାହିଁ | ସମସ୍ତଙ୍କୁ କେବଳ ଜାତି ବାସନ୍ଦ ଭୟ, ଆମ୍ଭେ ଶବ ସତ୍କାର କିମ୍ବା ଶବ ସତ୍କାର କାର୍ଯ୍ୟରେ ସହଯୋଗ କଲେ କାଳେ ଆମ୍ଭକୁ ମଧ୍ୟ ଜାତିରୁ ବାସନ୍ଦ କରିଦେବେ ଭୟରେ କେହି ପାଖକୁ ମଧ୍ୟ ଆସିଲେ ନାହିଁ | ପ୍ରାୟ ଦୁଇ ଘଣ୍ଟା ସମୟ ଧରି ନିଜ ଘରେ ଶବ ପଡ଼ି ରହିଲା | ଶବ ସତ୍କାର କରିବା ପାଇଁ ସମାଜସେବୀ ତଥା ଆଦିବାସୀ ନେତା ଗିରିରାଜ ଭୋଇଙ୍କୁ ରାତ୍ରୀ ପ୍ରାୟ ଆଠ ଘଣ୍ଟା ସମୟରେ ଫୋନ୍ କରି ଘଟଣା ବିଷୟରେ ଅବଗତ କରେଇଲେ | ଖବର ପାଇ ଗିରିରାଜ ଭୋଇଙ୍କ ସହିତ ସମାଜ ସେବୀ ଜନସନ ନାଗ, ସାମ୍ବାଦିକ ପ୍ରବୀଣ ପୁରୋହିତ, ସାମ୍ବାଦିକ ଅଭିମନ୍ୟୁ ବାଗ ମୃତ୍ୟୁ ସ୍ଥଳକୁ ପହଁଞ୍ଚି ଥିଲେ | ପ୍ରଥମେ ଗ୍ରାମର କିଛି ବ୍ୟକ୍ତିଙ୍କୁ ଶବ ସତ୍କାର କରିବାକୁ ଅନୁରୋଧ କରିଥିଲେ ସମାଜସେବୀ ମାନେ | ସାମାଜିକ ବାସନ୍ଦ ଭୟର