Header-News-Banner

ଘୂର୍ଣ୍ଣିଝଡ଼ “ମକ୍ରଡିଲ୍” କୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-05-25 at 5.58.27 PM

ଏରସମା :- (ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ),ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ର ଉପକୂଳବର୍ତ୍ତୀ ଅଞ୍ଚଳରେ ଢ଼ିଙ୍କିଆ,ଗୋବିନ୍ଦପୁର,ନୋଳିଆ ସାହି, ନୂଆଗାଁ ଓ କାଙ୍କଣ ରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପ୍ରଭାବକୁ ଦୃଷ୍ଟିରେ ରଖି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ “ମକ୍ରଡିଲ୍” ଅନୁଷ୍ଠିତ ହେଇଯାଇଛି। ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ବିଭିନ୍ନ ସାମାଜିକ ସଂଗଠନ ମିଳିତ ଭାବେ ଲୋକମାନଙ୍କୁ ପୂର୍ବ ପ୍ରସ୍ତୁତି ଓ ସୁରକ୍ଷା ବିଷୟରେ ସଚେତନ କରୁଛନ୍ତି।ଗ୍ରାମ ଓ ପଞ୍ଚାୟତ ସ୍ତରରେ ମାଇକିଂ,ରାଲି,ପୋଷ୍ଟର ଓ ଜନସଚେତନତା ସଭା ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଉଛି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ଘୂର୍ଣ୍ଣିଝଡ଼ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ସେହିପରି ଆପତ୍କାଳୀନ ପରିସ୍ଥିତି ପାଇଁ ପାନୀୟ ଜଳ,ଶୁଖିଲା ଖାଦ୍ୟ,ଟର୍ଚ୍ଚ,ବ୍ୟାଟେରୀ,ଔଷଧ ଓ ଆବଶ୍ୟକ ଦଲିଲପତ୍ର ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ୍ ବିଚ୍ଛିନ୍ନ ହେବାର ସମ୍ଭାବନା ଥିବାରୁ ମୋବାଇଲ୍ ଫୋନ୍ ଚାର୍ଜ ରଖିବା ଓ ଅଫବାହରୁ ଦୂରେ ରହି କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଅନୁରୋଧ କରାଯାଇଛି।
“ସତର୍କତା ଓ ସଚେତନତା ହିଁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷାର ମୂଳ ମନ୍ତ୍ର” ବାର୍ତ୍ତା ସହ ସମସ୍ତଙ୍କୁ ସହଯୋଗ ଓ ସଚେତନ ରହିବାକୁ ଆହ୍ୱାନ

Spread the love

Leave a Reply

Your email address will not be published. Required fields are marked *