Header-News-Banner

ଡିଜେଲ, ପେଟ୍ରୋଲ, ଓ ରନ୍ଧନ ଗ୍ଯାସ ର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରୋକ।

0
WhatsApp Image 2026-05-28 at 7.27.32 PM

ନୀଳଗିରି,ତା,୨୮/୫(ନୀଳଗିରି)
କେନ୍ଦ୍ର ରେ ବିଜେପି ସରକାର ଆସିବା ପରେ ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଶୋଷଣ ଚାଲିଛି। ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ତ ଦୂରର କଥା ପରନ୍ତୁ ସାଧାରଣ ଲୋକଙ୍କ ଉପରେ ଅର୍ଥନୈତିକ ଆକ୍ରମଣ ଚଳାଇ ଛନ୍ତି। ଦେଶର ବେକାରୀ ସମସ୍ୟା ବଢୁଛି, ଦାଦନ ଶ୍ରମିକ ବଢୁଛନ୍ତି, ସରକାରୀ ଅନୁଷ୍ଠାନ କୁ ବନ୍ଦ କରି ଘରୋଇ ସଂସ୍ଥା କୁ ଅଗ୍ରାଧିକାର ଦିଆଯାଉଛି। ଫଳରେ ସାଧାରଣ ଜନତା ପୂର୍ବ ପରି ପରାଧୀନ ହେବାକୁ ଯାଉ ଛନ୍ତି। ବର୍ତ୍ତମାନ ସମସ୍ତ ତୈଲ ସଂସ୍ଥା କୁ ଆଦାନୀ ହାତକୁ ଟେକି ଦେବା ପାଇଁ ସରକାର ଯୋଜନା କରୁଛନ୍ତି। ସେଥିପାଇଁ ତୈଳ ଓ ରନ୍ଧନ ଗ୍ଯାସ ର ଦର ବୃଦ୍ଧି କରୁଛନ୍ତି। ଯାହାକି ଜନସାଧାରଣ ଲୋକଙ୍କ ପାଇଁ ବଡ କ୍ଷତି ହେବ। ତୈଳ ଦର ବୃଦ୍ଧି ହେଲେ ସମସ୍ତ ଜିନିଷ ଦର ବୃଦ୍ଧି ହେବ। ଏହାକୁ ପ୍ରତିବାଦ କରି ଭିଟାମାଟି ଜୀବନ ଜୀବିକା ସୁରକ୍ଷା ମଞ୍ଚ ର ଆବାହକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଆଜି ସକାଳ ୮ଘଟିକା ରୁ ୯ ଘଟିକା ପର୍ଯ୍ୟନ୍ତ ଏକ ଘଣ୍ଟା ରାସ୍ତାରୋକ ଗରଡିହି ଛକଠାରେ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଭିଟାମାଟି ଜୀବନ ଜୀବିକା ସୁରକ୍ଷା ମଞ୍ଚ ର ସଦସ୍ୟ ଲକ୍ଷ୍ମଣ ସ, ଲକ୍ଷ୍ମୀଧର ସାହୁ, ରାମଚନ୍ଦ୍ର ସିଂ, ପୁରୁଷୋତ୍ତମ ଖଣ୍ଡେଇ ,ଗଜେନ୍ଦ୍ର ସିଂ, ଉମାକାନ୍ତ ଷଡଙ୍ଗୀ, ହେମେନ୍ଦ୍ର ସେଠି, ମୃତ୍ୟୁଞ୍ଜୟ ନାୟକ, ଅମରେନ୍ଦ୍ର ନାୟକ ,ହାଡ଼ିବନ୍ଧୁ ସିଂ, ଗଜେନ୍ଦ୍ର ସିଂ, ମହେଶ୍ବର ଖିଲାର ଙ୍କ ସମେତ ବହୁ ସାଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ବରହମପୁର ଥାନା ଅଧିକାରୀଣି ପ୍ରେମଦା ନାୟକ ରାସ୍ତାରୋକ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। ତାପରେ ରାସ୍ତାରୋକ କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *