Header-News-Banner

ଶକ୍ତି କେନ୍ଦ୍ର ବୈଠକ, ମନୋଜ ପାଣ୍ଡିଆ ହେଲେ କେନ୍ଦ୍ର ର ପ୍ରମୁଖ ।

0
WhatsApp Image 2026-05-28 at 7.27.33 PM

ନୀଳଗିରି,ତା,୨୮/୫(ନୀଳଗିରି)
ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ରେ ମା ଦାଣ୍ଡକାଳୀ ମଣ୍ଡଳ ତରଫ ରୁ ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ମା ଦାଣ୍ଡକାଳୀ ମଣ୍ଡଳର ସଭାପତି ଦିଲ୍ଲୀପ ଦାସ ପୌରହିତ୍ୟ କରିଥିଲେ। ବୈଠକ ରେ ଅନ୍ୟମାନଙ୍କ ମଧ୍ୟ୍ୟ ରେ
ପଥର ପେଣ୍ଠ ସରପଞ୍ଚ ଉର୍ମିଳା ପାଣ୍ଡିଆ,
ନୀଳଗିରି ବିଧାୟକ ଙ୍କ ବାହାନଗା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାମନ୍ତରାୟ,ବିଜେପି ଜିଲ୍ଲା ଗଣ ମାଧ୍ୟମ ସହ ସଂଯୋଜକ ଲୋକନାଥ ପରିଡା, ବିଜେପି ବରିଷ୍ଠ କାର୍ଯ୍ୟକର୍ତା ଅଭିରାମ ବେହେରା,ଭେନୁଷ ଇଞ୍ଜିନିଅର କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ରାଉତ ମଞ୍ଚାସୀ
ନ ହୋଇ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ସୁଚାରୁରୂପେ ଘରେ ଘରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକ ରେ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ମଣ୍ଡଳ ସଭାପତି ଙ୍କ ଅଧ୍ୟକ୍ଷତା ରେ ସର୍ବସମ୍ମତି କ୍ରମେ ମନୋଜ କୁମାର ପାଣ୍ଡିଆ ଙ୍କୁ ପଥରପେଣ୍ଠ ଗ୍ରାମ ପଞ୍ଚାୟତ ର ଶକ୍ତିକେନ୍ଦ୍ର ର ପ୍ରମୁଖ ଚୟନ କରାଯାଇଥିଲା। ଉକ୍ତ ବୈଠକ କୁ ସୁରେନ୍ଦ୍ର କୁମାର ରାଜ, ମଧୁ ସୁଦନ ରାଉତ, କାର୍ତ୍ତିକ ଦାସ, ବ୍ରଜ ଦାସ, ସୁଶାନ୍ତ ମଳିକ, ସରୋଜ ମଳିକ, ପ୍ରଶାନ୍ତ ସିଂ, ବିଜୟ ଦାସ, କାଳିଆ ମହାନ୍ତି, କୈଳାସ ମହଲ, ସଞ୍ଜୟ ବିଶ୍ୱାଳ, ସୁମିତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସର୍ବ ଶେଷରେ ନୂତନ ସଭାପତି ଆଗାମୀ ଦିନରେ ପଞ୍ଚାୟତ କୁ ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *