Header-News-Banner

ମେରା ଯୁବା ଭାରତ ବରଗଡ଼ ପକ୍ଷରୁ ବିନାୟକ ଦାମୋଦର ସାବରକର ଜୟନ୍ତୀ ଉତ୍ସାହର ସହ ପାଳିତ

0
WhatsApp Image 2026-05-28 at 7.27.49 PM


ବରପାଲି ବ୍ଲକ ଅନ୍ତର୍ଗତ ବାଗବଡ଼ି ଗ୍ରାମରେ ୨୮ ମେ ୨୦୨୬ ତାରିଖରେ ମେରା ଯୁବା ଭାରତ ବରଗଡ଼ ପକ୍ଷରୁ ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଭବ୍ୟ ଓ ଦେଶଭକ୍ତିମୟ ପରିବେଶରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଯୁବକ, ସମାଜସେବୀ ଓ ସଚେତନ ନାଗରିକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ବିନାୟକ ଦାମୋଦର ସାବରକରଙ୍କ ଛବିରେ ପୁଷ୍ପାର୍ପଣ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ଉପସ୍ଥିତ ଅତିଥିମାନେ ସାବରକରଙ୍କ ଦେଶପ୍ରେମ, ସଂଘର୍ଷମୟ ଜୀବନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ମତପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ଯୁବ ସମାଜ ସାବରକରଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ଓ ଦେଶର ଉନ୍ନତି ପାଇଁ ସଦା ଆଗରେ ରହିବା ଆବଶ୍ୟକ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁକେଶ ମେହେର (ନାଏକ ସରପଞ୍ଚ), ସମାଜସେବୀ ଦେବରାଜ ସାହୁ ଏବଂ ଜିଲ୍ଲା ଯୁବ ଅଧିକାରୀ କମଲ ସା ଯୋଗ ଦେଇଥିଲେ ଶ୍ରୀ ସା ନିଜ ବକ୍ତବ୍ୟ ରେ ଯୁବଶକ୍ତିକୁ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି କହି ଯୁବମାନଙ୍କୁ ସକାରାତ୍ମକ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରେରିତ କରିଥିଲେ।
କାର୍ଯ୍ୟକ୍ରମରେ ଯୁବମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତେ ଏକତ୍ରିତ ହୋଇ ସମାଜର ଉନ୍ନତି, ଦେଶଭକ୍ତି ଓ ଯୁବ ସଚେତନତା ପାଇଁ ଆଗକୁ କାମ କରିବାର ସଂକଳ୍ପ ନେଇଥିଲେ। ଏହିପରି କାର୍ଯ୍ୟକ୍ରମ ଯୁବମାନଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିବା ସହ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିବା ଦେଖାଯାଇଥିଲା।
ଶେଷରେ ମେରା ଯୁବା ଭାରତ ବରଗଡ଼ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ଯୁବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *